ମହଙ୍ଗା ବ୍ୟୁଟି ପ୍ରଡକ୍ଟ୍ ଛାଡନ୍ତୁ, ଲିଚୁ ଦେବ ନ୍ୟାଚୁରାଲ୍ ଗ୍ଲୋ*
ଖରାଦିନେ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ଠିକ୍ ଖାଦ୍ୟାହାର ଏବଂ ପର୍ଯ୍ୟାପ୍ତ ଜଳ ପାନ ଅତ୍ୟନ୍ତ ଜରୁରୀ। ପ୍ରବଳ ଗରମ, ତିବ୍ର ସୂର୍ଯ୍ୟ କିରଣ ଓ ଗରମ ପବନର ପ୍ରଭାବରେ ଶରୀର ଥକିଯାଏ ଏବଂ ହଜମ ସମସ୍ୟା, ଚର୍ମ ଓ ଆଖି ସମସ୍ୟା ଭଳି ଅନେକ ଅସୁବିଧା ଦେଖାଦେଇଥାଏ । ଏହି ସମୟରେ ପ୍ରାକୃତିକ ଓ ପୃଷ୍ଟିକର ଫଳ ଖାଇବା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ସେହିପରି ଗ୍ରୀଷ୍ମ ଋତୁର ଏକ ଉତ୍ତମ ଫଳ ହେଉଛି ଲିଚି।
*ଶରୀରକୁ ହାଇଡ୍ରେଟ୍ ରଖେ*
ଖରାଦିନେ ସର୍ବାଧିକ ଦେଖାଯାଉଥିବା ସମସ୍ୟା ହେଉଛି ଜଳ ଅଭାବ । ଲିଚିରେ ପ୍ରାୟ 80% ପର୍ଯ୍ୟନ୍ତ ଜଳ ଥାଏ । ଏହା ଶରୀରରେ ପାଣିର ଅଭାବକୁ ପୂରଣ କରି ଶରୀରକୁ ଥଣ୍ଡା ରଖେ। ଏହା ସନ୍ଷ୍ଟ୍ରୋକ ଭଳି ବିପଦକୁ ମଧ୍ୟ କମାଇଥାଏ ।
*ହଜମ ପ୍ରକ୍ରିୟାକୁ ସୁଧାରେ*
ଲିଚିରେ ଥିବା ଫାଇବର ଆମ ପାଚନତନ୍ତ୍ରକୁ ସକ୍ରିୟ ରଖେ ।କୋଷ୍ଠକାଠିନ୍ୟ ହ୍ରାସ କରେ, ଏସିଡିଟି ଓ ଗ୍ୟାସ୍ ସମସ୍ୟା କମାଏ
,ପେଟକୁ ସଫା ଓ ହଳକା ରଖେ,ଏହା ଦିନ ଭରି ଶରୀରକୁ ଏନର୍ଜି ଦେଇଥାଏ ।
*ଓଜନ ହ୍ରାସରେ ସହାୟକ*
ଯେଉଁମାନେ ଓଜନ କମାଇବାକୁ ଚାହୁଁଛନ୍ତି ସେମାନେ ଲିଚିକୁ ଡାଏଟ୍ରେ ରଖିପାରନ୍ତି ।କ୍ୟାଲୋରୀ କମ୍,ଫାଇବର ଅଧିକ,ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭରା ଲାଗେ,ଏହା ଅନାବଶ୍ୟକ ଖାଦ୍ୟ ଖାଇବା ଅଭ୍ୟାସକୁ କମାଇଥାଏ।
*ଚର୍ମ ଓ କେଶ ପାଇଁ ଉପକାରୀ*
ଲିଚିରେ ଭିଟାମିନ୍ C, ଭିଟାମିନ୍ A ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ ।ଚର୍ମକୁ ଗ୍ଲୋଇଂ କରେ,ରିଙ୍କଲ୍ ଓ ଡାର୍କ୍ ସ୍ପଟ୍ କମାଇଥାଏ,କେଶକୁ ଶକ୍ତିଶାଳୀ କରେ,ଏହା ଗ୍ରୀଷ୍ମରେ ଡିହାଇଡ୍ରେସନ୍ ହେତୁ ହେଉଥିବା ଚର୍ମ ସମସ୍ୟାକୁ ମଧ୍ୟ କମାଇଥାଏ।
*ଏହା ସହ କେଉଁ କେଉଁ ଦିଗ ପ୍ରତି ରହିବେ ସାବଧାନ*
🔴 ଅତ୍ୟଧିକ ଲିଚି ଖାଇବା ହାନିକାରକ ହୋଇପାରେ
🔴 ଡାଇବେଟିସ୍ ଥିଲେ ସୀମିତ ମାତ୍ରାରେ ଖାନ୍ତୁ
🔴 ଖାଲି ପେଟରେ ଅଧିକ ଲିଚି ଖାଇବା ଉଚିତ୍ ନୁହେଁ
🔴 କୌଣସି ଅଲର୍ଜି କିମ୍ବା ସମସ୍ୟା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।