ମାୟାବତୀଙ୍କ କାର୍ଯ୍ୟକ୍ରମରେ ଲାଇଟରୁ ବାହାରିଲା ଧୂଆଁ, ଅଧାରୁ ଛାଡି ପଳାଇଲେ

0

ନୂଆଦିଲ୍ଲୀ (ଆମ ଟିଭି): ବହୁଜନ ସମାଜ ପାର୍ଟିର ପ୍ରମୁଖ ମାୟାବତୀଙ୍କ ପ୍ରେସ କନଫରେନ୍ସ ସମୟରେ ବିଭ୍ରାଟ । କାର୍ଯ୍ୟକ୍ରମରେ ଏକ ଲାଇଟୁ ଧୂଆଁ ବାହାରିବାରୁ ମାୟାବତୀ ଅଧାରୁ ପ୍ରେସ୍ କନଫରେନ୍ସ ଛାଡି ଚାଲିଯାଇଥିଲେ । ଜନ୍ମଦିନ ଅବସରରେ ପାର୍ଟିର ଉପଲବ୍ଧି ଏବଂ ଗଠବନ୍ଧନ ବିଷୟରେ ଆଲୋଚନା ଚାଲିଥିବା ବେଳେ ଲାଇଟ୍ରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଏହାପରେ ଲାଇଟକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା ।

ଜନ୍ମଦିନ ଅବସରରେ ମାୟାବତୀ କହିଛନ୍ତି, “ନୂତନ ବର୍ଷର ପ୍ରଥମ ମାସର. ଦେଶବ୍ୟାପୀ ବିଏସପି ସଦସ୍ୟମାନେ ଦଳ ଏବଂ ଆନ୍ଦୋଳନର ହିତ ପାଇଁ ଏକ ଜନ କଲ୍ୟାଣ ଦିବସ ଭାବରେ ମୋର ଜନ୍ମଦିନକୁ ଅତି ସରଳତାର ସହିତ ପାଳନ କରନ୍ତି । ଏହି ଅବସରରେ ଦଳର ବରିଷ୍ଠ ସଦସ୍ୟମାନେ ମୋ ନେତୃତ୍ୱରେ ଉତ୍ତର ପ୍ରଦେଶରେ ବିଏସପି ସରକାରଙ୍କ ଚାରି କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ ହୋଇଥିବା ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ କଥା ହୁଅନ୍ତି । ଉତ୍ତର ପ୍ରଦେଶର ଗରିବ, ଶ୍ରମିକ, ବେକାର, କୃଷକ, ବ୍ୟବସାୟୀ, ଯୁବକ, ମହିଳା ଏବଂ ଅନ୍ୟାନ୍ୟ କର୍ମଜୀବୀ ଲୋକଙ୍କ ସହିତ ଦଳିତ, ଆଦିବାସୀ, ପଛୁଆ ବର୍ଗ ଏବଂ ଅନ୍ୟାନ୍ୟ ଧାର୍ମିକ ସଂଖ୍ୟାଲଘୁଙ୍କ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆଣିଛି ।

ମାୟାବତୀ କହିଛନ୍ତି ଯେ, କଂଗ୍ରେସ ଏବଂ ବିଜେପି ଦେଶରେ ବିଏସପି ଆନ୍ଦୋଳନକୁ ରୋକିବା ପାଇଁ ବିଭିନ୍ନ ରଣନୀତି ଅବଲମ୍ବନ କରୁଛନ୍ତି । ବିଧାନସଭା ଅଧିବେଶନ ସମୟରେ ବ୍ରାହ୍ମଣ ବିଧାୟକଙ୍କ ବୈଠକରେ ସେ କହିଛନ୍ତି ଯେ, ବ୍ରାହ୍ମଣମାନେ ସ୍ୱାଭାବିକ ଭାବରେ ସେମାନଙ୍କ ଚିନ୍ତାଧାରା ବିଷୟରେ ଆଲୋଚନା କରିଥିଲେ । ସେ ଜୋର ଦେଇ କହିଛନ୍ତି ଯେ, ବିଏସପି ସର୍ବଦା ବ୍ରାହ୍ମଣମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଛି । ବ୍ରାହ୍ମଣମାନଙ୍କୁ କାହାର ଚାଟୁକାରି କିମ୍ବା ପ୍ରଲୋଭନର ଆବଶ୍ୟକତା ନାହିଁ । ମାୟାବତୀ ବ୍ରାହ୍ମଣମାନଙ୍କୁ ବିଜେପି, ଏସପି କିମ୍ବା କଂଗ୍ରେସ ଦ୍ୱାରା ଭ୍ରମିତ ନ ହେବାକୁ ଅପିଲ କରିଛନ୍ତି ।

Leave A Reply

Your email address will not be published.