ଧୂଆଁ ଧୂଆଁ ରାଜଧାନୀ, ନିଶ୍ୱାସ ନେବା ମୁସ୍‌କିଲ

0

ନୂଆଦିଲ୍ଲୀ(ଆମ ଟିଭି): ଯୁଆଡ଼େ ଦେଖିବ ସିଆଡ଼େ କେବଳ ଧୂଆଁ ଆଉ ଧୂଆଁ। ଗ୍ୟାସ୍‌ ଚାମ୍ବାର ପାଲଟି ଗଲାଣି ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଉପରେ ଲାଗୁନି ବ୍ରେକ୍‌। ଦିନକୁ ଦିନ ଏହା ବଢ଼ି ଚାଲିଛି। ଫଳରେ ଲୋକେ ନିଶ୍ୱାସ ନେବା ଏବେ କଷ୍ଟକର ହୋଇପଡ଼ିଛି।

ଦୀପାବଳି ପୂର୍ବରୁ ଡ଼ରାଇଲାଣି ଦିଲ୍ଲୀର ପ୍ରଦୂଷଣ। ଏଠାକାର ଜଳବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୟସ୍କ ବ୍ୟକ୍ତି, ଛୋଟ ପିଲା ଏବଂ ରୋଗୀମାନେ ଏଥିଯୋଗୁ ଅଧିକ ସମସ୍ୟା ଭୋଗୁଛନ୍ତି। ସେମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।

Leave A Reply

Your email address will not be published.