ନୂଆଦିଲ୍ଲୀ (ଆମ ଟିଭି): ରାଜଧାନୀରେ ଧୂଆଁ ଦୂଆଁ । ଯେଉଁଠି ଦେଖିବଳ ସେଠି ଧୂଆଁ । ଦିନକୁ ଦିନ ଆହୁରି ଭୟଙ୍କର ହେଲାଣି ଏଠାକାର ବାୟୁ ପ୍ରଦୂଷଣ । ଏଠାରେ ନିଶ୍ୱାସ ନେବା ମୁସକିଲ୍ ହୋଇପଡିଛି। ଏପରିକି ଘରୁ ବାହାରିବା ଯେତିକି କଷ୍ଟକର ସେତିକି ବିପଦପୂର୍ଣ୍ଣ ହୋଇପଡିଛି। ଆଜି ଦିଲ୍ଲୀର ପ୍ରଦୂଷଣ ମାତ୍ରା ରେକର୍ଡ ଭାଙ୍ଗିଛି। ବାୟୁର ଗୁଣବତ୍ତା ୬୦୦ ପାଖାପାଖି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ହୋଇପାରେ ବୋଲି ଅଶଙ୍କା କରାଯାଉଛି। ଏଥିସହ ପୁଣିଥରେ ଏଠାରେ ଅଡ୍-ଇଭେନ୍ ମଧ୍ୟ ଲାଗୁ ହୋଇପାରେ।
ଏନସିପିସିଆରର ଅଧ୍ୟକ୍ଷ ପ୍ରିୟଙ୍କ କାନୁକୋଗା ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି କିଛି ଦିନ ପାଇଁ ସ୍କୁଲ ଗୁଡିକ ବନ୍ଦ କରି ଅନଲାଇନ ପାଠପଢା ପାଇଁ ଅପିଲ କରିଛନ୍ତି। ବର୍ତମାନ ଦିଲ୍ଲୀର ସ୍ଥିତି ଯେମିତି ରହିଛି ଏହା ଭିତରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି। ବିଷାକ୍ତ ବାୟୁରୁ ପିଲାଙ୍କୁ ରକ୍ଷା କରିବା ପାଇଁ ବର୍ତମାନ ଅନଲାଇନ କ୍ଲାସ ଆବଶ୍ୟକତା ରହିଛି। ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର କରିବାକୁ ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି। ଦିଲ୍ଲୀ ପରିବେଶମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଲଗାତାର ବୃଦ୍ଧି ପାଉଛି।