ବିରୋଧୀଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ଏମିତି କିଛି

0

ନୂଆଦିଲ୍ଲୀ: ଏକାକୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାସ୍ତ କରିପାରିବେ ନାହିଁ ବୋଲି ସ୍ବୀକାର କରିଥିବାରୁ ‘ବିଜେପି’ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଧନ୍ୟବାଦ ଜଣାଇ କହିଛନ୍ତି।

ସେ କହିଛନ୍ତି, ପାଟନାରେ କଂଗ୍ରେସ ଆୟୋଜନ କରିଥିବା ବିଶାଳ ବିରୋଧୀ ସମାବେଶ ହେଉଛି ସର୍ବସାଧାରଣରେ କଂଗ୍ରେସର ଉପରୋକ୍ତ ସ୍ବୀକାରୋକ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଜରୁରୀ ପରିସ୍ଥିତି ଜାରି ସମୟରେ ଗଣତନ୍ତ୍ରର ହତ୍ୟା ଦେଖିଥିବା ନେତାମାନେ କଂଗ୍ରେସ ନେତୃତ୍ବରେ ଏକତ୍ର ହେବା ବଡ଼ ହାସ୍ୟାସ୍ପଦ କଥା। ସେମାନେ ଏକାକୀ ମ‌ୋଦୀଙ୍କ ସହିତ ଲଢ଼ି ପାରିବେ ନାହିଁ ବୋଲି ଏକତ୍ର ହୋଇ ଦେଶବାସୀଙ୍କୁ ଜଣାଇବା ବି ତାଠାରୁ ହାସ୍ୟାସ୍ପଦ କଥା। ସହାୟତା ବିନା କଂଗ୍ରେସ ଏକାକୀ ମୋଦୀଙ୍କୁ ପରାସ୍ତ କରିପାରି ନାହିଁ ବୋଲି ସର୍ବସାଧାରଣରେ ଜଣାଇଥିବାରୁ ମୁଁ କଂଗ୍ରେସକୁ କୃତଜ୍ଞତା ଜଣାଉଛି।

ସେ କହିଛନ୍ତି, ମୁଁ ପୁଣି ଥରେ ପଚାରୁଛି, ୧୯୮୪ର ଦଙ୍ଗା, ଜରୁରୀ ପରିସ୍ଥିତି, ‘ମିସା’ ଆଦି କ’ଣ ‘କଂଗ୍ରେସ’ର ‘ମୋହବତ୍‌’।

ଦିଲ୍ଲୀ ଅଧ୍ୟାଦେଶ ବିପକ୍ଷରେ କଂଗ୍ରେସ ସମର୍ଥନ ନ କଲେ ମିଳିତ ବିରୋଧୀ ଦଳରୁ ଓହରି ଆସିବ ବୋଲି ‘ଆପ୍‌’ର ଚରମ ବାଣୀ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ସ୍ମୃତି କହିଲେ, ବିକାଶ ପାଇଁ ଏକତ୍ର ହୋଇ ପାରୁ ନ ଥିବା ରାଜନୈତିକ ଦଳ ସବୁ ରାଜନୈତିକ ‘ବ୍ଲାକ୍‌ମେଲ୍‌’ର ଆଶ୍ରୟ ନେଉଛନ୍ତି।

ସେ କହିଛନ୍ତି, ଜଣେ ନେତା କହୁଛନ୍ତି ବୈଠକରେ କ’ଣ ହେବ ସେ ଜାଣିନାହାନ୍ତି, ଆଉ ଜଣେ କହୁଛନ୍ତି, କ’ଣ ହେବ ଦେଖିବା, ପୁଣି ଜଣେ କହୁଛନ୍ତି, ମୋ ଅସୁବିଧା ନ ବୁଝିଲେ ଓହରି ଯିବି। ଏହା ହିଁ ବିରୋଧୀ ଏକତାର ଅବସ୍ଥା।

Leave A Reply

Your email address will not be published.