ରାହୁଲଙ୍କ ପ୍ରତି ଧାରଣା ବଦଳାଇଲେ ସ୍ମୃତି ଇରାନୀ, ଖୋଲାଖୋଲି ପ୍ରଶଂସା କଲେ

0

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଧିକାଂଶ ବିଜେପି ନେତାମାନେ ଅଧିକାଂଶ ସମୟରେ ସମାଲୋଚନା ହିଁ କରିଥାଆନ୍ତି। ରାହୁଲଙ୍କ ବିଭିନ୍ନ ମନ୍ତବ୍ୟର ପରିହାସ କରିଥାଆନ୍ତି। ହେଲେ ଏବେ ରାହୁଲଙ୍କ ପ୍ରତି ଧାରଣା ବଦଳାଇଛନ୍ତି ବିଜେପି ନେତ୍ରୀ ତଥା ଆମେଠିର ପୂର୍ବତନ ସାଂସଦ ସ୍ମୃତି ଇରାନୀ। ସେ ରାହୁଲଙ୍କୁ ପ୍ରଶଂସା କରିଥିବା ନଜର ଆସିଛନ୍ତି।

ଏକ ପଡକାଷ୍ଟରେ ସ୍ମୃତି ଇରାନୀ ରାହୁଲଙ୍କୁ ଖୋଲାଖୋଲି ପ୍ରଶଂସା କରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସ୍ଵଭାବ ଏବଂ ରାଜନୀତି କରିବାର ଉପାୟରେ ବଡ଼ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ସେ ଯାହା ବି ମନ୍ତବ୍ୟ‌ ଦେଉଛନ୍ତି, ଅତ୍ୟନ୍ତ ଭାବିଚିନ୍ତି କହୁଛନ୍ତି। ପ୍ରତ୍ୟେକ କଥା କହିବା ପୂର୍ବରୁ ସେଥିପ୍ରତି ଧ୍ୟାନ ଦେଉଛନ୍ତି। ରାହୁଲ ସଂସଦକୁ ଟି-ଶାର୍ଟ ପିନ୍ଧି ଆସୁଛନ୍ତି ଅର୍ଥ ସେ ଜାଣନ୍ତି ଯୁବପିଢ଼ିଙ୍କୁ ଏହାଦ୍ଵାରା କି ବାର୍ତ୍ତା ମିଳିବ। ସ୍ମୃତି ଇରାନୀ ବିଜେପିକୁ ସତର୍କ କରାଇ କହିଛନ୍ତି, ଆମକୁ କୌଣସି ପ୍ରକାର ଭ୍ରମରେ ନ ରହିବା ଅନୁଚିତ। ରାହୁଲ ଯାହା ବି ପଦକ୍ଷେପ ନେଉଛନ୍ତି, ସେସବୁ ଭଲ କି ଖରାପ କିମ୍ବା କୌଣସି ପ୍ରସଙ୍ଗରେ ନିଜକୁ ରକ୍ଷା କରିବାକୁ ନେଉନାହାନ୍ତି। ଏ‌ବେ ସେ ଏକ ଭିନ୍ନ ପ୍ରକାରର ରାଜନୀତି କରୁଛନ୍ତି।

ସୂଚନାଯୋଗ୍ୟ, ଗତ ଲୋକସଭା ନିର୍ବାଚନ ସମୟରେ ଆମେଠି ଆସନରେ ସ୍ମୃତି ଇରାନୀ ରାହୁଲଙ୍କଠାରୁ ପରାଜିତ ହୋଇଥିଲେ। ଏହା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସ୍ମୃତି ଇରାନୀଙ୍କ ବିରୋଧରେ ଅନେକ ପ୍ରକାର ମନ୍ତବ୍ୟ ଦେଇଥିଲେ, ଯାହାକୁ ରାହୁଲ ନାପସନ୍ଦ କରିବା ସହିତ ଏଥିରୁ ଦୂରେଇ ରହିବାକୁ ନିଜ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ରାହୁଲ କହିଥିଲେ ଯେ, ହାରଜିତ ଲାଗି ରହିଛି। କିନ୍ତୁ ସ୍ମୃତି ଇରାନୀ କିମ୍ବା ଅନ୍ୟ କୌଣସି ନେତାଙ୍କ ବିରୋଧରେ ଅପମାନଜନକ ଏବଂ ଅଶ୍ଳୀଳ ମନ୍ତବ୍ୟ ଦିଆ ନ ଯାଉ।

Leave A Reply

Your email address will not be published.