ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ …….

0

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୫ ଓ ୨୦୨୬ ପାଇଁ ହନରାରୀ ଡକ୍ଟରେଟ୍ ଉପାଧି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଅନୁଷ୍ଠାନର ସମ୍ପାଦକ ଡ ରଜନୀକାନ୍ତ ମିଶ୍ର ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଗ୍ଲୋବାଲ ପିସ୍ ୟୁନିଭରସିଟି ତରଫରୁ ପିଏଚଡ଼ି ଲାଭ କରିଥିବା ଦୁଇଜଣ ଆଧ୍ୟାତ୍ମିକ କ୍ଷେତ୍ରରେ ଡ ଦିଲ୍ଲିପ ମଲ୍ଲିକ ଓ ଏଚଆରଡି ରେ ଡ ଅଞ୍ଜନା ପ୍ରିୟଦର୍ଶିନୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ଡ ମିଶ୍ର ଟ୍ରଷ୍ଟ ର ଆଭିମୁଖ୍ୟ ଓ ୨୦୨୬ ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଡ ମିଶ୍ର ଦୀର୍ଘ ୧୭ ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣ ଓ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ଅନେକ ଗୁଡ଼ିଏ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ ହୋଇଛନ୍ତି। ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ରଥଯାତ୍ରା ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମେଡିକାଲର ପ୍ରାକ୍ତନ ଅଧିକାରୀ ସୁକାନ୍ତୀ ଦେଇ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ୨୦୨୫ ମିଡିଆ ଆଣ୍ଡ ମାସକମୁନିକେସନ ପାଇଁ ଡ ସସ୍ମିତା ପ୍ରଧାନ,ମାନବ ସମ୍ପଦ ବିକାଶ ଓ ପ୍ରଶିକ୍ଷଣ ପାଇଁ ଡ ରଜନୀକାନ୍ତ ମିଶ୍ର ଙ୍କୁ ପ୍ରଦାନ କରାଯାଇଥିବା ବେଳେ ୨୦୨୬ ରେ ବିଭିନ୍ନ କ୍ଷେତ୍ରପାଇଁ ଡ ଜୀବନ ବଲ୍ଲଭ ପଟ୍ଟନାୟକ,ଡ ପୁଷ୍ପାଞ୍ଜଳି ମହାପାତ୍ର,ଡ ଦିଲ୍ଲିପ ମଲ୍ଲିକ ଓ ଡ ଅଞ୍ଜନା ପ୍ରିୟଦର୍ଶିନୀ ଙ୍କୁ ମନୋନୀତ କରାଯାଇଛି ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.