ଏଣିକି ଏଟିଏମରୁ ବାହାରିବ ଚାଉଳ, ଜାଣନ୍ତୁ କେମିତି…

0

ଭୁବନେଶ୍ବର(ଆମ ଟିଭି): ଏଣିକି ଏଟିଏମରୁ ବାହାରିବ ଚାଉଳ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲଟାଇମ ଗ୍ରେନ ବ୍ୟବସ୍ଥା କରାଯାଉଛି। ଏହା ଦ୍ବାରା ୨୪ ଘଣ୍ଟା ମିଳିବ ରାସନ। ପାଇଲଟ ଭାବେ ଭୁବନେଶ୍ୱର ଆରମ୍ଭ ହେବ। ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ। ଏଣିକି ଚାଷୀଙ୍କୁ ଜିରୋ ପ୍ରତିଶତ ସୁଧରେ ଚାଷୀ ଙ୍କୁ ମିଳିବ ଋଣ। ନାମ ମାତ୍ର ଓ କ୍ଷୁଦ୍ର ଚାଷୀ ଏହା ଦ୍ବାରା ଉପକୃତ ହେବେ। ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ କଲ୍ୟାଣ ବିଭାଗ ମନ୍ତ୍ରୀ ସୂଚନା ଦେଇ ଛନ୍ତି। ବିଧାନସଭାରେ ଗୃହୀତ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି । ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି।

ଦିନକୁ ଦିନ ଏହି ବ୍ୟବସ୍ଥା କୁ ଅଧିକ ସରଳୀକରଣ କରାଯାଉଛି। ଖାଦ୍ୟ ଓ ଶସ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ କିପରି ଗୁଣାତ୍ମକ ଯୁକ୍ତ ଶସ୍ୟ ପହଞ୍ଚିବ ସରକାର ବ୍ୟବସ୍ଥା କରୁଛନ୍ତି। ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶସ୍ୟ ମିଳିବ। ସେଥିପାଇଁ ରାଜ୍ୟ ସରକାର ଅଲ ଟାଇମ ଗ୍ରେନ ବ୍ୟବସ୍ଥା କରାଯାଉଛି। ୨୪ ଘଣ୍ଟା ମିଳିବ ରାସନ।

Leave A Reply

Your email address will not be published.