ଜେଲ ଯିବେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ୍

0

ରାମପୁର: ଏକ ହେଟସ୍ପିଚ୍‌ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶର ଏକ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଉତ୍ତରପ୍ରଦେଶର ରାମପୁରରେ ଘୃଣା ଓ ଉସକାଇଲା ଭଳି ଭାଷଣ ଦେଇଥିଲେ ଆଜମ ଖାନ୍। ତେବେ କୋର୍ଟ ଆଜି ତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୯ରେ ଆଜମଖାନ୍‌ଙ୍କ ବିରୋଧରେ ହେଟ ସ୍ପିଚ ଅଭିଯୋଗ ଆସିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ବୟାନ ପାଇଁ ଆଜମ ଖାନ୍‌ଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ମହମ୍ମଦ ଆଜାମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କର ଏହି ଭାଷଣ ବିରୋଧ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବିଜେପି ନେତା ଅଜୟ ସକ୍‌ସେନା ଏହାକୁ ନେଇ ଆଜମ ଖାନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିସହ ଆଜମ ଖାନ୍‌ଙ୍କ ବିରୋଧରେ ନିର୍ବାଚନ ଆୟୋଗର ଭିଡିଓ ଟିମ୍ ଇନ୍‌ଚାର୍ଜ ଦ୍ୱାରା ଏକ ଏଫ୍‌ଆଇର୍ ମଧ୍ୟ ରୁଜୁ କରାଯାଇଥିଲା। ଆଜି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ। ଆଜାମ ଖାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ଦେବା ଓ ଘୃଣା ସୃଷ୍ଟି କରାଇବା ଭଳି ଗୁରୁତର ମାମଲା ରୁଜୁ କରାଯାଇଥିଲା।

Leave A Reply

Your email address will not be published.