ଘାଟି ତଳକୁ ଖସିଲା ଯବାନଙ୍କ ବସ୍: ୬ ଯବାନ ଶହୀଦ୍

0

ନୂଆଦିଲ୍ଲୀ (ଆମ ଟିଭି): ଅକାଳରେ ଶହୀଦ୍ ହେଲେ ଆଇଟିବିପି ଯବାନ । ଘାଟି ତଳକୁ ଖସିଲା ଆଇଟିବିପି ଯବାନଙ୍କ ବସ । ଜମ୍ମୁ-କାଶ୍ମୀରର ଚନ୍ଦନବାଡିରେ ମଙ୍ଗଳବାର ଏକ ବଡ ଦୁର୍ଘଟଣା ଘଟିଛି । ଅମରନାଥ ଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ଆଇଟିବିପି ଯବାନଙ୍କ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏବେସୁଦ୍ଧା ଅଘଟଣରେ ୬ ଜଣ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ବସରେ ପ୍ରାୟ ୩୯ ଜଣ ଯବାନ ଥିଲେ । ସେମାନେ ଅମରନାଥ ଯାତ୍ରା ଡ୍ୟୁଟି ସାରି ଫେରୁଥିଲେ । ତେବେ ପହଲଗାମ୍ ଯିବା ରାସ୍ତାରେ ବସଟି ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଏହା ଘଟି ତଳକୁ ଖସି ଯାଇଥିଲା । ଏଥିରେ ୩୭ ଜଣ ଆଇଟିବିପି ଓ ୨ ଜଣ ଜମ୍ମୁ-କାଶ୍ମୀର ପୋଲିସର ଯବାନ ଥିଲେ । ଅଘଟଣରେ ଏବେସୁଦ୍ଧା ୬ ଜଣ ଯବାନ ପ୍ରାଣ ହରାଇଥିବା ଜଣାପଡିଛି । ଆଗକୁ ଏହି ସଂଖ୍ୟା ବଢିପାରେ । ଆହୁରି ମଧ୍ୟ ୧୦ରୁ ଅଧିକ ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି ।

Leave A Reply

Your email address will not be published.