ଖାଲକୁ ଖସିଲା ଯବାନଙ୍କ ଗାଡି : ୧୦ ଯବାନ ମୃତ
ଜମ୍ମୁ ଓ କାଶ୍ମୀରର ଡୋଡା ଜିଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ହଠାତ୍ ରାସ୍ତାରୁ ଖାଲକୁ ଖସି ଗଭୀର ଖାଇରେ ପଡିଥିଲା । ଘଟଣାସ୍ଥଳରେ ୧୦ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ସାତ ଜଣ ଗୁରୁତର ଆହତ ହୋଇ ଉଦ୍ଧମପୁର କମାଣ୍ଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ, ସେନା ଗାଡ଼ିଟି ଏକ ପାହାଡ଼ି ରାସ୍ତାରେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗାଡିଟି ହଠାତ୍ ନିୟନ୍ତ୍ରଣ ହରାଇ ଏକ ଘାଟିରେ ପଡ଼ିଯାଇଥିଲା। ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ବାହିନୀ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣା ସମ୍ପର୍କରେ ସେନା ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।