ଜି୨୦ ସମ୍ମିଳନୀରେ ମୋଦୀଙ୍କ ସହ କଥା ହେଲେ ସୋନକ

0

ନୂଆଦିଲ୍ଲୀ:  ପ୍ରଥମଥର ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ମୋଦିଙ୍କ ଭେଟ୍‌ଘାଟ ହୋଇଛି। ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସହ ଏହା ହେଉଛି ମୋଦିଙ୍କ ପ୍ରଥମ ସାକ୍ଷାତ। ଏହି ଭେଟ୍‌ଘାଟ ବେଳେ ଦୁହେଁ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ ।

ବ୍ରିଟେନରେ ରାଜନୈତିକ ଅସ୍ଥିରତା ଭିତରେ ଲିଜ୍ ଟ୍ରସ୍‌ଙ୍କ ଇସ୍ତଫା ପରେ ଅକ୍ଟୋବର ମାସରେ ରୁଷି ସୁନକ କଞ୍ଜରଭେଟିଭ ପାର୍ଟିର ମୁଖ୍ୟ ତଥା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ୪୨ ବର୍ଷୀୟ ସୁନକ ହେଉଛନ୍ତି ବ୍ରିଟେନ୍ ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ। ଏଥିସହ ବର୍ତ୍ତମାନର ସବୁଠୁ ଧନୀ ରାଜନେତାଙ୍କ ମଧ୍ୟରେ ବି ସୁନକଙ୍କ ନାଁ ସାମିଲ ଅଛି।

ରୁଷି ସୁନକଙ୍କ ପୂର୍ବରୁ ମୋଦିି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଥିଲେ। ଏହାପରେ ଫ୍ରାନ୍ସର ନେତା ଇମାନୁଏଲ ମାକ୍ରୋନଙ୍କୁ ମଧ୍ୟ ଭେଟିଥିଲେ ମୋଦି। ସମସ୍ତଙ୍କ ସହ ସାକ୍ଷାତ କରିଥିଲେ ସୁଦ୍ଧା ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଠାରୁ ଦୂରେଇ ରହିଥିଲେ। ଯାହାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଫଟୋରେ ମୋଦି ଓ ଜିନ୍‌ପିଙ୍ଗ ପାଖାପାଖି ବସିଥିଲେ ମଧ୍ୟ ପରସ୍ପର ସହ କଥାବାର୍ତ୍ତା କରିନଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.