ସୋନାଲି ଫୋଗାଟଙ୍କୁ ଜବରଦସ୍ତ ପିଆଇ ଦେଇଥିଲେ: ପୋଲିସ

0

ପାଣାଜୀ (ଆମ ଟିଭି): ସୋନାଲି ଫୋଗୋଟ୍ ମୃତ୍ୟୁ ମାମଲା ଯେତେ ବିଳମ୍ବ ହେଉଛି, ମାମଲାରେ ନୂଆ ନୂଆ ତଥ୍ୟ ସେତେ ସାମ୍ନାକୁ ଆସୁଛି । ଏହାରି ଭିତ;ରେ ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ତାରକା ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ପୁଲିସ ଏକ ବଡ ଖୁଲାସା କରିଛି। ସୋନାଲି ଫୋଗାଟଙ୍କ ପାନୀୟରେ କିଛି ମିଶ୍ରିତ କରାଯାଇଥିଲା ବୋଲି ଗୋଆ ପୁଲିସ ଦାବି କରିଛି। କେବଳ ଏତିକି ନୁହେଁ, ପୁଲିସ କହିଛି ଯେ, ଏପରି କରିଥିବା ଦୁଇ ଜଣଙ୍କୁ ଶୀଘ୍ର ଗିରଫ କରାଯିବ। ଗୋଆ ଆଇଜି ଓମବୀର ସିଂ ବିଷ୍ଣୋଇ କହିଛନ୍ତି ଯେ ସିସିଟିଭି ଫୁଟେଜରେ ସୋନାଲି ଫୋଗାଟଙ୍କ ସହ ତାଙ୍କ ସହଯୋଗୀ ସୁଧୀର ସାଙ୍ଗୱାନ ଓ ସୁଖବିନ୍ଦର ସିଂ ଏକ କ୍ଲବରେ ପାର୍ଟି କରୁଥିବା ଦେଖାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୋନାଲି ଫୋଗାଟଙ୍କୁ ଏହି ପାନୀୟ ପିଇବାକୁ ବାଧ୍ୟ କରିଥିଲେ।

ବିଷ୍ଣୋଇ କହିଛନ୍ତି ଯେ ପଚରାଉଚରା ବେଳେ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ସିଂ ସ୍ୱୀକାର କରିଛନ୍ତି ଯେ ସେମାନେ ଫୋଗାଟଙ୍କ ପାନୀୟରେ ଏକ ରାସାୟନିକ ମିଶ୍ରଣ କରିଛନ୍ତି। ଏହା ପରେ ପାନୀୟ ତାଙ୍କୁ ଜବରଦସ୍ତ ପିଇବାକୁ ଦିଆଯାଇଥିଲା। ସୋନାଲି ଫୋଗାଟଙ୍କୁ ଅଗଷ୍ଟ ୨୩ରେ ସେଣ୍ଟ ଆନ୍ଥୋନି ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଥମେ କୁହାଯାଇଥିଲା ଯେ ହୃଦଘାତରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.