ସୋନାଲି ଫୋଗାଟଙ୍କ ମୃତ୍ୟୁ: ହତ୍ୟା ମାମଲା ରୁଜୁ କଲା ଗୋଆ ପୁଲିସ
ପାନାଜୀ(ଆମ ଟିଭି): ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାକୁ ନେଇ ଜାରି ରହିଛି ସସପେନ୍ସ । ଏହି ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ କଲା ଗୋଆ ପୁଲିସ। ଫୋଗାଟଙ୍କ ପରିବାରର ଅଭିଯୋଗ ଅନୁସାରେ ଆପିସି ଧାରା ୩୦୨ରେ ମାମଲା ରୁଜୁ କରିଛି ପୁଲିସ। ଅଗଷ୍ଟ ୨୩ ତାରିଖରେ ସୋନାଲିଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ସୋନାଲିଙ୍କ ଭଉଣୀ କିନ୍ତୁ ଏହାକୁ ଷଡ଼ଯନ୍ତ୍ର ବୋଲି କହିଥିଲେ। କାରଣ ସୋନାଲି ଖାଦ୍ୟା ଖାଇ ସାରିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ତାଙ୍କ ଭଉଣୀ ଅଭିଯୋଗ କରିଥିଲେ।
ତେବେ ଏହା ପୂର୍ବରୁ ସୋନାଲିଙ୍କ ମୃତ୍ୟୁ ଘଟଣାରେ ଅର୍ଜୁନା ପୁଲିସ ଏକ ଅପ୍ରାକୃତି ମୃତ୍ୟୁ ଘଟଣା ରୁଜୁ କରିଥିଲା। ଅଗଷ୍ଟ ୨୩ ତାରିଖ ରାତି ପ୍ରାୟ ୯ଟାରେ ସୋନାଲି ଫୋଗାଟଙ୍କ ମୃତ ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିଲା ବୋଲି ପୁଲିସ ସୂଚନା ଦେଇଥିଲା। ତେବେ ସୋନାଲିଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଶବ ବ୍ୟବଚ୍ଛେଦ କରାଯାଇଛି।