ଅଗ୍ନିପଥ ବିରୋଧ କାରୀଙ୍କୁ ହିଂସା ଛାଡ଼ିବାକୁ ଅପିଲ୍ କଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ(ଆମ ଟିଭି): କେନ୍ଦ୍ରର ‘ଅଗ୍ନିପଥ’ଯୋଜନାର ବିରୋଧକାରୀଙ୍କୁ ହିଂସା ଛାଡ଼ିବାକୁ ଶନିବାର ଆହ୍ବାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏହାସହ ଏହି ଯୋଜନାକୁ ଦିଶାହୀନ ବୋଲି କହିବା ସହ ତାଙ୍କ ଦଳ ଏହାକୁ ଫେରସ୍ତ କରିବାକୁ ସଂଘର୍ଷର ପ୍ରତିଜ୍ଞା କରୁଛି ବୋଲି କହିଛନ୍ତି । ସେ ଏହି ଯୋଜନାକୁ ବିରୋଧ କରୁଥିବା ଯୁବପିଢୀଙ୍କୁ ନିଜର ଦାବି ଲାଗି ଶାନ୍ତିପୂର୍ଣ୍ଣ ଏବଂ ଅହିଂସା ଢଙ୍ଗରେ ଆନ୍ଦୋଳନ କରିବା ଲାଗି ଅପିଲ କରିଛନ୍ତି ।
ଦେଶର ଯୁବପିଢୀଙ୍କୁ ଏକ ବାର୍ତ୍ତାରେ କହିଛନ୍ତି କି, ‘ ମୋତେ ଦୁଃଖ ଲାଗୁଛି ଯେ ସରକାର ଆପଣଙ୍କ ସ୍ୱରକୁ ଅଣଦେଖା କରି ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି, ଯାହା ସମ୍ପୂର୍ଣ୍ଣ ଦିଶାହୀନ’। ଯୁବପିଢୀଙ୍କ ପାଇଁ ତାଙ୍କ ଦଳର ସମର୍ଥନ ଘୋଷଣା କରି କଂଗ୍ରେସ ସଭାପତି କହିଛନ୍ତି ଯେ, ଯୁବକମାନଙ୍କ ସହ ବହୁ ପୂର୍ବତନ ସୈନିକ ଏବଂ ପ୍ରତିରକ୍ଷା ବିଶେଷଜ୍ଞ ମଧ୍ୟ ଏହି ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି।