ତେଲେଙ୍ଗାନାରୁ ଲୋକ ସଭା ନିର୍ବାଚନ ଲଢ଼ି ପାରନ୍ତି ସୋନିଆ !

0

ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। କିଏ କେଉଁ ଆସନରୁ ଲଢିବେ ସେନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ମାନସ ମନ୍ଥନ। ଏହାରି ମଧ୍ୟରେ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧିଙ୍କୁ ତେଲଙ୍ଗାନା ଆସନରୁ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ।

ଗତକାଲି ସନ୍ଧ୍ୟାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ ଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ସୋନିଆଙ୍କୁ ତେଲଙ୍ଗାନାର ଖମ୍ମନ ଆସନରୁ ଲଢିବାକୁ ଅନୁରୋଧ କରିଛନ୍ତି। ତେଲଙ୍ଗାନା କଂଗ୍ରେସ ୟୁନିଟ୍ ତାଙ୍କୁ ରାଜ୍ୟରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ସଂକଳ୍ପ ପାରିତ କରିଥିବା ନେଇ ସେ ସୋନିଆଙ୍କୁ ଜଣାଇଛନ୍ତି। ଏନେଇ ଉପଯୁକ୍ତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସୋନିଆ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ମଲୁ ଭଟ୍ଟୀ ବିକ୍ରମାର୍କା ଏବଂ ରାଜ୍ୟ ରାଜସ୍ୱ ମନ୍ତ୍ରୀ ପଙ୍ଗୁଲେତି ଶ୍ରୀନିବାସ ରେଡ୍ଡୀ ମଧ୍ୟ ଦିଲ୍ଲୀରେ ସୋନିଆଙ୍କୁ ଭେଟିଛନ୍ତି। ଦଳ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ବାବଦରେ ସୋନିଆଙ୍କୁ ଅବଗତ କରାଇଛନ୍ତି।

Leave A Reply

Your email address will not be published.