ଦୁବାଇରେ ଫସିଥିବା ଲୋକଙ୍କୁ ସହାୟତା ସୋନୁ ସୁଦ, ଇନଷ୍ଟାଗ୍ରାମରେ ମେସେଜ କରିବାକୁ କଲେ ଅପିଲ
ଅସୁବିଧାରେ ଫସିଥିବା ଲୋକଙ୍କୁ ସହାୟତା କରିବା ପାଇଁ ଜଣାଶୁଣା ଅଭିନେତା ସୋନୁ ସୁଦ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଫସିଥିବା ଭାରତୀୟଙ୍କୁ ସହାୟତା କରିବା ପାଇଁ ପୁଣି ଆଗେଇ ଆସିଛନ୍ତି ସୋନୁ । ସୋନୁ ସୁଦ କହିଛନ୍ତି, ଯେଉଁ ଲୋକମାନେ ଯୁଦ୍ଧ ସ୍ଥିତିରେ ଦୁବାଇରେ ଫସିଛନ୍ତି, ସେମାନଙ୍କୁ ମାଗଣା ରହିବାର ସୁବିଧା କରିଛନ୍ତି । ତେବେ କେବଳ ଭାରତବାସୀଙ୍କ ପାଇଁ ନୁହେଁ ବରଂ ମାନବତା ଆଧାରରେ ସମସ୍ତଙ୍କ ପାଇଁ ଏହା କରିଛନ୍ତି ।
ସୋନୁ ସୁଦ ସବୁବେଳେ ଲୋକଙ୍କୁ ନିସ୍ବାର୍ଥପର ସେବା ପାଇଁ ଜଣାଶୁଣା । ଦୁବାଇରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଘର ଯୋଗାଇ ଦେବାକୁ କହିଛନ୍ତି । ବିନା କୌଣସି ସର୍ତ୍ତ ଏବଂ ପଇସାରେ ଲୋକଙ୍କ ସେବା କରିବେ । ଯେଉଁମାନଙ୍କ ପାଖରେ ଏଭଳି ପରିସ୍ଥିତିରେ ରହିବାକୁ ଘର ନାହିଁ, ସେମାନଙ୍କୁ ଅପିଲ ଯେ, ସେମାନେ କିମ୍ବା ସେମାନଙ୍କ ପରିଚିତ ଲୋକଙ୍କ ପାଖରେ ରହିବାକୁ ବାସସ୍ଥାନ ନାହିଁ, ସେମାନେ ସିଧାସଳଖ ଇନଷ୍ଟାଗ୍ରାମ ଜରିଆରେ ଯୋଗାଯୋଗ କରିପାରିବେ ।
ସୋନୁ ସୁଦଙ୍କ ଏଭଳି କାମରେ ୟୁଜର୍ସ ସପୋର୍ଟ କରିଛନ୍ତି । ସୋନୁ ସୁଦ ପ୍ରଥମ ଅଭିନେତା ଯିଏ ଅସହାୟ ସମୟରେ ଲୋକଙ୍କୁ ସହାୟତା କରିଥାନ୍ତି । ଏହାପୂର୍ବରୁ ସୋନୁ ସୁଦ ରାଜପାଲ ଯାଦବଙ୍କୁ ସହାୟତା କରିଥିଲେ । ରାଜପାଲ ଜେଲକୁ ବାହାରିବା ପାଇଁ ପ୍ରଥମ ପଦକ୍ଷେପ ନେଇଥିଲେ ସୋନୁ ସୁଦ । ଏହାପରେ ଫିଲ୍ମ ଜଗତରୁ ଜଡିତ ଲୋକମାନେ ନିଜ ସମର୍ଥ ଅନୁସାରେ ସହାୟତା କରିଥିଲେ ।