ନବୀନଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି
ଭୁବନେଶ୍ବର(ଆମ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ବାରବାଟୀରେ ମ୍ୟାଚ ଦେଖିବା ପୂର୍ବରୁ ନବୀନ ନିବାସରେ ପହଞ୍ଚିଥିଲେ ଗାଙ୍ଗୁଲି। ହକି ଇଣ୍ଡିଆର ଜର୍ସି ଦେଇ ଅତିଥିଙ୍କୁ ସ୍ବାଗତ କରିଛନ୍ତି ନବୀନ । ବିଶ୍ବସ୍ତରରେ ହକିକୁ ପହଞ୍ଚାଇବା ପାଇଁ ନବୀନଙ୍କ ଉଦ୍ୟମଙ୍କୁ ପ୍ରଶଂସା କରିଛନ୍ତି ଗାଙ୍ଗୁଲି । କିଛି ସମୟ ଚର୍ଚ୍ଚା ପରେ ବାରବାଟୀ ଅଭିମୁଖେ ବାହାରିିଥିଲେ ଗାଙ୍ଗୁଲି ।
ଏହି ସାକ୍ଷାତ ସମୟରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ, ପୂର୍ବତନ ଖେଳାଳୀ ଦେବାଶିଷ ମହାନ୍ତି, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।