ରାଜଧାନୀରେ ଖୋଲିଲା ‘ସ୍ପାହୋଲିକ୍ ୱେଲନେସ୍

0

ଭୁବନେଶ୍ୱର (ଆମ ଟିଭି): ଏପ୍ରିଲ ୧୦ରେ ରାଜଧାନୀ ଭୁବନେଶ୍ଵରରେ ଖୋଲିଲା ‘ସ୍ପାହୋଲିକ୍ ୱେଲନେସ୍ ପ୍ରାଇଭେଟ୍ ଲିମିଟେଡ଼ର ପ୍ରଥମ ୱେଲନେସ୍ ସେଣ୍ଟର୍ । ଏହି ଅବସରରେ ଉପସ୍ଥିତ ଥିଲେ ୱେଲନେସ୍ ସେଣ୍ଟର୍ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମାନି ଏସ୍ ପଣ୍ଡା ଏବଂ ଶ୍ରୀମତୀ ତନୁ ଏସ୍ ପଣ୍ଡା ଓ ତାଙ୍କ ସହ ଥିଲେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜନ କେ ଜେନା ଏବଂ ଶ୍ରୀମତୀ ପଦ୍ମଳୟା ପ୍ରଧାନ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ୧୨ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁ ୱେଲନେସ୍ ସେଣ୍ଟର୍ ର ବ୍ୟାପକ ସୁବିଧାର ଭୂରୀୟସି ପ୍ରଶଂସା କରିଥିଲେ ଓ କହିଥିଲେ ଓଡିଶାରେ ଖେଳ ଓ ସ୍ଵାସ୍ଥ୍ୟ ସୁରକ୍ଷାରେ ବହୁତ ଆଗକୁ ଯାଉଛି ଓ ଏହି ୱେଲନେସ୍ ସେଣ୍ଟର୍ ତାହାର ଉଦାହରଣ ମାତ୍ର ।

ଏହି ଅବସରରେ ୱେଲନେସ୍ ସେଣ୍ଟର୍ ର ନିର୍ଦ୍ଦେଶକ ମାନି ଏସ୍ ପଣ୍ଡା କହିଥିଲେ ଯେ ଏହି ସ୍ପାହୋଲିକ୍ ଥେରାପି ସେଣ୍ଟର ବିଶେଷ ଭାବରେ ଜିମର୍, ସ୍ପୋର୍ଟସମ୍ୟାନ୍, ୱର୍କହୋଲିକ୍ ଲୋକମାନଙ୍କ ପାଇଁ ସ୍ବର୍ଗ ପରି । ଆମର ଜାକୁଜି ଥେରାପି ପୁରା ଓଡିଶାରେ ନୂଆ। ଆମର ବିଶେଷଜ୍ଞତା ହେଉଛି ସ୍ପୋର୍ଟସ୍ ଥେରାପି ଏବଂ ଆହୁରି ଅନେକ ଥେରାପି ଏବଂ ସଠିକ୍ ଆବଶ୍ୟକୀୟ ପରାମର୍ଶ | ଏହି ସୁବିଧା ଓଡ଼ିଆ ଖେଳାଳିଙ୍କୁ ସଫଳତାର ଏକ ନୂଆ ଦିଗକୁ ନେବ । ଉଦଘାଟନୀ ଅଫର୍ ଶତକଡା ୩୦ ଭାଗ ରିହାତି ଯାହାକି କେବଳ ଅନଲାଇନ୍ ବୁକିଂରେ ଉପଲବ୍ଧ l ୱେବ ସାଇଟ: www.spaaholic.in

Leave A Reply

Your email address will not be published.