ଆମେରିକା ପାଇଁ ନିଜ ଆକାଶ ମାର୍ଗ ସିଲ୍ କଲା ସ୍ପେନ୍

0

ଆମେରିକା ପାଇଁ ନିଜ ଆକାଶ ମାର୍ଗ ସିଲ୍ କଲା ସ୍ପେନ୍ । ଇରାନ ଯୁଦ୍ଧ ପାଇଁ ସ୍ପେନର ଆକାଶମାର୍ଗ ବ୍ୟବହାର କରିବାକୁ ମନା କଲା ସ୍ପେନ୍ ପ୍ରଶାସନ। ଏହାସହ ଇରାନ ଉପରେ ଆକ୍ରମଣ ପାଇଁ ମିଳିତ ଭାବରେ ପରିଚାଳିତ ସାମରିକ ଘାଟି ବ୍ୟବହାରକୁ ବି ପ୍ରତ୍ୟାଖାନ କରିଛି। ଏହି ସୂଚନା ଦେଇଛନ୍ତି ସ୍ପେନ୍ ପ୍ରତିରକ୍ଷା ମନ୍ତ୍ରୀ ମାର୍ଗାରିଟା ରୋବଲ୍ସ। ଏ ସମ୍ପର୍କିତ ଖବର ପ୍ରଥମେ ସ୍ପାନିସ୍ ଖବରକାଗଜ ଏଲ୍ ପାଇସ୍ ଦ୍ୱାରା ପ୍ରକାଶିତ ହୋଇଥିଲା।

ସ୍ପେନର ଅର୍ଥମନ୍ତ୍ରୀ କାର୍ଲୋସ କୁଏର୍ପୋ କହିଛନ୍ତି ଯେ ଏହି ନିଷ୍ପତ୍ତି ସ୍ପେନ୍ ସରକାରଙ୍କ ନିଜସ୍ବ ନିଷ୍ପତ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସ୍ପେନ କୌଣସିବି ପ୍ରକାରେ ଜଡ଼ିତ ହେବ ନାହିଁ। କାରଣ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ସମ୍ପୂର୍ଣ୍ଣ ଭାବେ ଏକପାଖିଆ ନିଷ୍ପତ୍ତି ଓ ଏହା ଅନ୍ତର୍ଜାତୀୟ ଆଇନର ବିରୁଦ୍ଧାଚରଣ।

ଏଣୁ ସ୍ପେନ୍ ଏଥିରେ ସିଧାସଳଖ ଅନ୍ତର୍ଭୁକ୍ତ ହେବନାହିଁ। ଅପରପକ୍ଷେ ସ୍ପେନର ଅସହଯୋଗ ନେଇ ସ୍ପେନ୍ ସହ ବାଣିଜ୍ୟ କାରବାର ଉପରେ ରୋକ ଲଗାଇବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସ୍ପେନ୍ ଏହାର ପରିଣାମ ଭୋଗିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଟ୍ରମ୍ପ୍ ।

Leave A Reply

Your email address will not be published.