ଆଜିଠୁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା

0

ପୁରୀ (ଆମ ଟିଭି): ଶେଷରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ।  ଦର୍ଶନ ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ତୀବ୍ର ଅସନ୍ତୋଷ ପରେ ଚେତିଛି ମନ୍ଦିର ପ୍ରଶାସନ। ବୁଧବାରଠାରୁ କାର୍ତ୍ତିକ ପଞ୍ଚୁକ ଆରମ୍ଭ ହେଉଥିବାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଛାମୁଣ୍ଡିଆ କରିବାକୁ ସ୍ଥିର ହୋଇଛି। ଶ୍ରୀଜୀଉଙ୍କ ନିତିକାନ୍ତିକୁ ସମୟାନୁବର୍ତ୍ତୀ କରିବା ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ।

ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ଏବଂ ଶୌଚାଳୟ ଯୋଗାଇ ଦେବାକୁ ସେଥିରେ ସ୍ଥିର କରାଯାଇଛି। ବ୍ୟାରିକେଡ୍‌ ବୃଦ୍ଧି ସହ ଶତାଧିକ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ଦଳା ଚକଟା ପରିସ୍ଥିତି ଏଡ଼ାଇବା ପାଇଁ ଅଧିକ ଗହଳି ହେଉଥିବା ସ୍ଥାନଗୁଡ଼ିକରେ ସାଧା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ।

Leave A Reply

Your email address will not be published.