ଭୁବନେଶ୍ୱରରେ ନୂତନ ‘ସ୍କୋଡା କୁଶାକ୍’ର ସ୍ୱତନ୍ତ୍ର ପ୍ରଦର୍ଶନ; ଏମ୍ପ୍ରିଓ ସ୍କୋଡା ପକ୍ଷରୁ ଗ୍ରାହକଙ୍କ ପାଇଁ ପ୍ରିମିୟମ୍ ଅନୁଭୂତି

0

ଓଡ଼ିଶାର ଅଗ୍ରଣୀ ଅଟୋମୋବାଇଲ୍ ଡିଲରସିପ୍ ‘ଏମ୍ପ୍ରିଓ ସ୍କୋଡା’ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲଠାରେ ନୂତନ ‘ସ୍କୋଡା କୁଶାକ୍’ର ଏକ ସ୍ୱତନ୍ତ୍ର ପ୍ରିଭ୍ୟୁ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସହରର ଉତ୍ସାହୀ ଗ୍ରାହକ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ବିଶିଷ୍ଠ ଅତିଥି ମାନଙ୍କ ଗହଣରେ ଏହି ନୂତନ ଏସୟୁଭିର ଅତ୍ୟାଧୁନିକ ବୈଶିଷ୍ଟ୍ୟକୁ ଲୋକଲୋଚନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଏମ୍ପ୍ରିଓ ସ୍କୋଡାର ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ସାମଲ, ପରିଚାଳନା ନିର୍ଦ୍ଦେଶକ ଡଃ ଅବିନାଶ ସାମଲ, ଏମ୍ପ୍ରିଓ ଗ୍ରୁପ୍‌ର ସିଇଓ ପାର୍ଥସାରଥୀ ଗୁରୁ ଏବଂ ସ୍କୋଡା ଅଟୋ ଇଣ୍ଡିଆର ଆଞ୍ଚଳିକ ବିକ୍ରୟ ପରିଚାଳକ ଶ୍ରୀ ପ୍ରଦୀପ କେମ୍ପାନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ପରେ ଏମ୍ପ୍ରିଓ ସ୍କୋଡାର ବିଜନେସ୍ ହେଡ୍ ପ୍ୟାରୀମୋହନ ଜେନା ଏବଂ ସେଲ୍ସ ମ୍ୟାନେଜର ରଞ୍ଜନ ଘଡ଼େଇଙ୍କ ଦ୍ୱାରା ଗାଡ଼ିର ଆନୁଷ୍ଠାନିକ ଅନାବରଣ କରାଯାଇଥିଲା।

ନୂତନ ସ୍କୋଡା କୁଶାକ୍‌ର ପ୍ରମୁଖ ଆକର୍ଷଣ ଏହାର ପ୍ରିମିୟମ୍ ଡିଜାଇନ୍ ଯାହା ମଧ୍ୟରେ ରହିଛି ଆଧୁନିକ ଫ୍ରଣ୍ଟ ଏବଂ ରିୟର ଡିଜାଇନ୍ ସହ ଏଲଇଡି ହେଡ୍‌ଲ୍ୟାମ୍ପ, ସିକୁଏନ୍ସିଆଲ୍ ଟର୍ଣ୍ଣ ଇଣ୍ଡିକେଟର ଏବଂ ଇଲେକ୍ଟ୍ରିକ୍ ସନରୁଫ୍ ଭଳି ସୁବିଧା । ପ୍ରଥମ କରି ଏହି ସେଗମେଣ୍ଟରେ ‘ରିୟର ସିଟ୍ ମସାଜର୍’ ର ସୁବିଧା ମଧ୍ୟ ଦିଆଯାଇଛି। ଗ୍ଲୋବାଲ୍ ଏନସିଏପ ରେ ୫-ଷ୍ଟାର୍ ରେଟିଂ ପାଇଥିବା ଏହି ଗାଡ଼ିରେ ୪୦ରୁ ଅଧିକ ସୁରକ୍ଷା ଫିଚର୍ ରହିଛି। ଏଥିରେ ରେନ୍-ସେନ୍ସିଂ ୱାଇପର, ଅଟୋ ଆଇଆରଭିଏମ ଏବଂ ରିୟର ଡିଫଗର୍‌କୁ ସମସ୍ତ ଭାରିଆଣ୍ଟରେ ରଖା ଯାଇଛି ।

ଗାଡ଼ିଟିରେ ପ୍ରଥମ କରି ବେସ୍ ଭାରିଆଣ୍ଟରୁ ୮-ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ର ବିକଳ୍ପ ରଖାଯାଇଛି। ପରଫର୍ମାନ୍ସ ପ୍ରେମୀଙ୍କ ପାଇଁ ୧.୫ ଟିଏସଆଇ ଇଞ୍ଜିନ୍ ସହ ୭-ସ୍ପିଡ୍ ଡିଏସଜି ଗିୟରବକ୍ସ ଉପଲବ୍ଧ ଏହା ସହ ଉଚ୍ଚ ମଡେଲଗୁଡ଼ିକରେ ଅଲ୍-ହୁଇଲ୍ ଡିସ୍କ ବ୍ରେକ୍, ପାନୋରାମିକ ସନରୁଫ୍ ଏବଂ ୨୬.୦୩ ସେମିର ଭର୍ଚୁଆଲ୍ କକପିଟ୍ ଦିଆଯାଇଛି।

ନୂତନ ସ୍କୋଡା କୁଶାକ୍ ୧.୦ ଟିଏସଆଇ ରେଞ୍ଜ୍ ₹ ୧୦,୬୯,୦୦୦ ରୁ ଆରମ୍ଭ ହେଉଥିବା ବେଳେ, ଶକ୍ତିଶାଳୀ ୧.୫ ଟିଏସଆଇ ଭାରିଆଣ୍ଟର ମୂଲ୍ୟ ₹ ୧୮,୭୯,୦୦୦ ରୁ ଆରମ୍ଭ ହେଉଛି। ଉନ୍ନତ ଗ୍ରାହକ ସେବା ପାଇଁ ସ୍କୋଡା ଭାରତର ୧୮୩ରୁ ଅଧିକ ସହରରେ ୩୨୫ଟି ସେବା କେନ୍ଦ୍ର ଜରିଆରେ ‘ୟୁ ନେଭର ଡ୍ରାଇଭ୍ ଏଲୋନ୍’ ର ପ୍ରତିଶ୍ରୁତି ପ୍ରଦାନ କରିଛି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏମ୍ପ୍ରିଓ ସ୍କୋଡା ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।

Leave A Reply

Your email address will not be published.