ନୂଆଦିଲ୍ଲୀ (ଆମ ଟିଭି): ବର୍ତ୍ତମାନ ରିଚାର୍ଜ ପ୍ଲାନକୁ ନେଇ Jio, Airtel, VI ଏବଂ BSNL ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି । ସମସ୍ତ ଟେଲିକମ୍ କମ୍ପାନୀ ସେମାନଙ୍କର ୟୁଜର୍ସମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରୁଛନ୍ତି । କିନ୍ତୁ ୟୁଜରମାନଙ୍କୁ ଶସ୍ତା ରିଚାର୍ଜ ପ୍ଲାନ୍ ଯୋଗାଇବାରେ କୌଣସି ଟେଲିକମ୍ କମ୍ପାନୀ BSNLକୁ ଟକ୍କର ଦେଇ ପାରିନାହାନ୍ତି । ଦେଶର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ BSNL କମ୍ ଦାମ ଥିବା ପ୍ଲାନରେ ଦମଦାର ବେନିଫିଟ୍ ପ୍ରଦାନ କରୁଛି । ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯାହା ମାତ୍ର ୫ଟଙ୍କା ମୂଲ୍ୟରେ ୧୮୦ ଦିନ ପାଇଁ ଅନଲିମିଟେଡ୍ କଲିଂ ସହି ଡାଟା ମଧ୍ୟ ମିଳିପାରିବ । ତେବେ ଆସନ୍ତୁ ଜାଣିବା BSNL ର ଏହି ଦମଦାର୍ ପ୍ଲାନ୍ ବିଷୟରେ ।
ସରକାରୀ ଟେଲିକମ୍ ଅପରେଟର ଭାରତ ସଂଚାର ନିଗମ ଲିମିଟେଡ୍ (BSNL) ନିଜର ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ୮୯୭ ଟଙ୍କାର ଏକ ଦମଦାର୍ ପ୍ଲାନ୍ ଉପସ୍ଥାପନ କରିଛି । ଏହି ପ୍ଲାନ୍ ସାରା ଦେଶରେ ଉପଲବ୍ଧ ଏବଂ ଏହାର ଭାଲିଡିଟି ୧୮୦ ଦିନ ପାଇଁ ରହିବ । ବଢ଼ୁଥିବା ଟାରିଫ୍ ରେଟ୍ ମଧ୍ୟରେ, BSNL ର ଏହି ୬ମାସିଆ ପ୍ଲାନ୍ ୧୦୦୦ ଟଙ୍କାରୁ କମ୍ ମୂଲ୍ୟରେ ପ୍ରାଇଭେଟ୍ କମ୍ପାନୀଗୁଡିକ ତୁଳନାରେ ଏକ ଭଲ ଅପ୍ସନ ହୋଇପାରିବ । ଏହି ପ୍ଲାନ୍ ବିଶେଷ ଭାବରେ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ହୋଇପାରିବ ଯେଉଁମାନେ କମ୍ ମୂଲ୍ୟରେ ଲଙ୍ଗ ଟାଇମ୍ ପାଇଁ ସେମାନଙ୍କର SIM ଆକ୍ଟିଭ୍ ରଖିବାକୁ ଚାହାଁନ୍ତି । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନରେ ଆପଣ କ’ଣ କ’ଣ ବେନିଫିଟ୍ସ ପାଇପାରିବେ ।
BSNL ର ୮୯୭ ଟଙ୍କିଆ ପ୍ଲାନ୍ :
ଭାରତ ସଂଚାର ନିଗମ ଲିମିଟେଡ୍ BSNL ତାର ୟୁଜର୍ସମାନଙ୍କ ପାଇଁ ୮୯୭ ଟଙ୍କାର ଏକ ଖାସ୍ ପ୍ରିପେଡ୍ ପ୍ଲାନ୍ ଉପସ୍ଥାପନ କରିଛି । ଯେଉଁଥିରେ ୧୮୦ ଦିନର ସର୍ଭିସ୍ ଭାଲିଡିଟି ଦିଆଯାଉଛି । ଏହି ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ, ପ୍ରତିଦିନ ୧୦୦ ଟି SMS ଏବଂ ମୋଟ୍ ୯୦ GB ଡାଟାର ବେନିଫିଟ୍ ପାଇପାରିବେ । ଡାଟା ଲିମିଟ୍ ସରିଯିବା ପରେ, ଇଣ୍ଟରନେଟ୍ ସ୍ପିଡ୍ ୪୦ Kbps ପର୍ଯ୍ୟନ୍ତ ଯାଇଥାଏ । ଏହାର ଲଙ୍ଗ ଭାଲିଡିଟି ଏବଂ ଆଫର୍ଡେବଲ୍ ପ୍ରାଇସ୍ ପାଇଁ ଏହି ପ୍ଲାନକୁ ବର୍ତ୍ତମାନ ଟେଲିକମ୍ ଇଣ୍ଡଷ୍ଟ୍ରିରେ ସର୍ବୋତ୍ତମ ଅଫର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି । କାରଣ ଅନ୍ୟ କୌଣସି କମ୍ପାନୀ ଏତେ କମ୍ ମୂଲ୍ୟରେ ୬ମାସର ସର୍ଭିସ୍ ପ୍ରଦାନ କରୁନାହିଁ ।
ନିୟମିତ ବେନିଫିଟ୍ସ ସହିତ, BSNL ୟୁଜର୍ସମାନଙ୍କୁ ଏବେ BiTV ର ଆକ୍ସେସ୍ ମଧ୍ୟ ଦିଆଯାଉଛି । ଯେଉଁଥିରେ ୪୫୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ସାମିଲ୍ ରହିଛି । ଏହା ବ୍ୟତୀତ, ଅନେକ OTT ପ୍ଲାଟଫର୍ମର ଆକ୍ସେସ୍ ମଧ୍ୟ ଉପଲବ୍ଧ ହେବ । ଏହି ପ୍ଲାନ୍ ଖାସ୍ କରି ସେହି ମନୋରଞ୍ଜନ ପ୍ରେମୀଙ୍କ ପାଇଁ ବେଷ୍ଟ ହେବାକୁ ଯାଉଛି, ଯେଉଁମାନେ ନିଜ ବଜେଟ୍ ମଧ୍ୟରେ ଭଲ ଅପ୍ସନ ଖୋଜୁଛନ୍ତି ।
ଏହା ସହିତ, BSNL ନିଜର ନେଟୱାର୍କ ପାୱାରକୁ ଆହୁରି ବଢ଼ାଇବା ପାଇଁ ଚେଷ୍ଟା ଚଲେଇଛି । କମ୍ପାନୀ ଜୁନ୍ ୨୦୨୫ ସୁଦ୍ଧା ୧,୦୪,୦୦୦ ନୂଆ 4G ଟାୱାର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ଯେଉଁଥିରୁ ପ୍ରାୟ ୮୦,୦୦୦ ଟାୱାର ପୂର୍ବରୁ ସ୍ଥାପନ ହୋଇସାରିଛି । 4G ନେଟୱାର୍କର ପୂର୍ଣ୍ଣ ଶୁଭାରମ୍ଭ ପରେ, BSNL ଏବେ 5G ନେଟୱାର୍କ ଡେଭ୍ଲପ୍ ଉପରେ ଫୋକସ କରିବ । ଖାସ୍ କଥା ହେଉଛି ଯେ BSNL ର ସମସ୍ତ 4G ଟାୱାରଗୁଡିକ indigenous technology ଉପରେ ବେସ୍ଡ ଏବଂ ଏହାକୁ ସହଜରେ 5G କୁ ଅପଗ୍ରେଡ୍ କରାଯାଇପାରିବ ।