ସଂସଦର ସ୍ୱତନ୍ତ୍ର ଅଧିବେଶନ: ଏଜେଣ୍ଡା ଜାରି କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସରକାର ଡାକିଛନ୍ତି ସଂସଦର ସ୍ୱତନ୍ତ୍ର ଅଧିବେଶନ । ଆସନ୍ତା ୧୮ ତାରିଖରୁ ଏହା ଆରମ୍ଭ ହେବାକୁ ଯାଉଛି । ଏହାରି ଭିତରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଏଜେଣ୍ଡା ଜାରି କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ ଦିନରେ ସଂସଦର ୭୫ ବର୍ଷର ଯାତ୍ରା ନେଇ ଆଲୋଚନା ହେବ । ଏହି ଅବସରରେ ସମ୍ବିଧାନ ସଭାଠାରୁ ଆରମ୍ଭ କରି ଆଜି ଯାଏଁ ଚାଲିଥିବା ସଂସଦୀୟ ଯାତ୍ରା ଉପରେ ଆଲୋଚନା ହେବ । ଏହା ସହ ୪ଟି ବିଲ ବି ଉପସ୍ଥାପିତ କରିବେ କେନ୍ଦ୍ର ସରକାର । ଏଥିମଧ୍ୟରେ ରହିଛି ଆଡଭୋକଟସ ସଂଶୋଧାନ ବିଲ ୨୦୨୩ ଓ ପ୍ରେସ ଏବଂ ରେଜିଷ୍ଟ୍ରେସନ ଅଫ ପିରିଓଡିକାଲ୍ସ ବିଲ୍-୨୦୨୩ । ଏହି ଦୁଇଟି ବିଲ ରାଜ୍ୟସଭାରେ ପାସ ହୋଇ ସାରିଛି ।

୪ ଅଗଷ୍ଟରେ ଏହି ଦୁଇଟି ବିଲ୍ ଲୋକସଭାରେ ଆଗତ କରିସାରିଛନ୍ତି କେନ୍ଦ୍ର ସରକାର । ଏବେ ଏହା ଉପରେ ଆଲୋଚନା କରାଯାଇ ବିଲ ଦୁଇଟିକୁ ପାସ କରାଯିବ । ସେହିଭଲି ଆଉ ଦୁଇଟି ବିଲ ପୋଷ୍ଟ ଅଫିସ ବିଲ-୨୦୨୩ ଓ ଚିଫ ଇଲେକ୍ସନ କମିଶନର ଓ ଅଦର ଇଲେକ୍ସନ କମିଶନ ବିଲ-୨୦୨୩ ବି ଆଗତ ହେବ । ବିରୋଧୀ ଏହି ଅଧିବେଶନକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇଥିଲେ । ଏଥିପାଇଁ ଏଜେଣ୍ଡା ଜାରି କରିବାକୁ ବି ବିରୋଧୀ ଦାବି କରିଥିଲେ ।

Leave A Reply

Your email address will not be published.