ସରିଲା କଳ୍ପନାଜଳ୍ପନା: ରାଷ୍ଟ୍ରପତି ନିର୍ବାଚନରେ ଜିତିଲେ ଦ୍ରୌପଦୀ ମୁର୍ମୁ

0

ନୂଆଦିଲ୍ଲୀ (ଆମ ଟିଭି): ଅନ୍ତ ହେଲା ସବୁ କଳ୍ପନାଜଳ୍ପନା । ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ବିଜୟୀ ହେଲେ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷ ମହାମେଣ୍ଟର ଯଶୱନ୍ତ ସିହ୍ନାକୁ ପରାସ୍ତ କରିଛନ୍ତି । ଦ୍ରୌପଦୀ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ସେ ମୋଟ ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇଛନ୍ତି ।
ତୃତୀୟ ରାଉଣ୍ଡରେ ମୋଟ ୩୨୧୯ଟି ଭୋଟ ରହିଥିବା ବେଳେ ତା’ର ମୂଲ୍ୟ ୮ ଲକ୍ଷ ୩୮ ହଜାର ୮୩୯ ରହିଥିଲା । ଦ୍ରୌପଦୀଙ୍କୁ ମିଳିଥିବା ୨୧୬୧ଟି ଭୋଟର ମୂଲ୍ୟ ୫ ଲକ୍ଷ ୫୭ ହଜାର ୭୭୭ ରହିଥିବା ବେଳେ ଯଶୱନ୍ତଙ୍କୁ ମିଳିଥିବା ୧୦୫୮ଟି ଭୋଟର ମୂଲ୍ୟ ୨ ଲକ୍ଷ ୬୧ ଲକ୍ଷ ୬୨ ରହିଥିଲା । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ଜିତିବା ପରେ ବିପକ୍ଷ ପ୍ରାର୍ଥୀ ଯଶୱନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ରୌପଦୀଙ୍କ ବାସଭବନକୁ ଯାଇ ବଧାଇ ଜଣାଇଛନ୍ତି । ତେବେ ଆସନ୍ତା ୨୫ ତାରିଖରେ ସେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ।

 

Leave A Reply

Your email address will not be published.