ଜୟ ହୋ ସଙ୍ଗୀତ ଅନୁଷ୍ଠାନ ତରଫରୁ ସମ୍ମାନିତ ହେଲେ ପ୍ରଯୋଜକ ଓ ନିର୍ଦ୍ଦେଶକ

0

ଭୁବନେଶ୍ୱର:ଭୁବନେଶ୍ୱର ରେଡକ୍ରସ ଭବନ ଠାରେ ଜୟ ହୋ ସଙ୍ଗୀତ ଅନୁଷ୍ଠାନ ତରଫରୁ ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ବିଭିନ୍ନ ଗାୟକ ଗାୟିକା ମାନଙ୍କୁ ନେଇ ଏକ ସଙ୍ଗୀତ ସମାରୋହ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମ ରେ ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ ପ୍ରଣୟ ଜେଠୀ, ନିର୍ଦ୍ଦେଶକ ବାବୁ ବାବୁ , ପ୍ରଯୋଜକ ଅଶୋକ ଦାସ, ପ୍ରଯୋଜକ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡିଶାରେ ସଂଗୀତ ର ପ୍ରଚାର‌ ପ୍ରସାର ପାଇଁ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା ସହ ସାଧୁବାଦ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନଙ୍କୁ ଓଡିଆ କଳାସଂସ୍କୃତି ର ଉନ୍ନତି ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କୋଣ ରେ ଥିବା ଗାୟକ ଗାୟିକା ମାନଙ୍କ ପ୍ରତିଭାକୁ ଆଗକୁ ନେବା ଅନୁଷ୍ଠାନ ର ଏକ ବଡ଼ ପ୍ରୟାସ ବୋଲି ଅନୁଷ୍ଠାନ ର ସଭାପତି ନିର୍ଲିପ୍ତା ଦାସ୍ ଓ ଉପଦେଷ୍ଟା ଅର୍ଜ୍ଜନ କୁମାର ପ୍ରଧାନ କହିଥିଲେ ।

Leave A Reply

Your email address will not be published.