ଚଳଚ୍ଚିତ୍ର ବିତରକ ପ୍ରକାଶ ଫିଲ୍ମସ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଯୋଜକ ରୁପେଶ କୁମାର
ଭୁବନେଶ୍ବର(ଆମ ଟିଭି): ଜଣେ ଚଳଚ୍ଚିତ୍ର ନିର୍ମାତା ବିତରଣଙ୍କ ଉପରେ ଭରସା କରିଥାନ୍ତି ଇନଭେଷ୍ଟ ଟଙ୍କା ଫେରସ୍ତ ପାଇବା ପାଇଁ l ଯୋଉ ଟଙ୍କାକୁ ନେଇ ଗୋଟେ ସିନେମା ୟୁନିଟ ର ପ୍ରାୟ ୫୦ ଟି ପରିବାରର ଗୁଜୁରାଣ ମେଣ୍ଟିଥାଏ l ହେଲେ ବିତରକ ଘରେ ବସି ନିଷ୍ପତ୍ତି ନିଅନ୍ତି ଓଡ଼ିଆ ଫିଲ୍ମ କୋଉ ସିନେମା ହଲ୍ ରେ କୋଉ ସମୟ ରେ ପଡିବ l ହିନ୍ଦୀ ଚଳଚ୍ଚିତ୍ର କୁ ଗୁରୁତ୍ୱ ଦେଇ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଅବହେଳା କରି ଜଣେ ପ୍ରଯୋଜକ ଙ୍କୁ ବୁଡ଼େଇ ଦେବାକୁ ପ୍ରୟାସ କରିଥାନ୍ତି ବିତରକ l ଏହି ସବୁ ସମସ୍ୟା ଗୁଡିକୁ ସମସ୍ତ ସିନେ ପ୍ରଯୋଜକ ସାମ୍ନା କରି ଗୁମୁରି ଗୁମୁରି କାନ୍ଦୁଥିବା ବେଳେ ନିକଟରେ ଆମେରିକାରୁ ଓଡିଶା ଆସି ଗୋଟିଏ ପାରିବାରିକ ଚଳଚ୍ଚିତ୍ର କରିଥିବା ପ୍ରଯୋଜକ ରୁପେଶ କୁମାର ବିତରକ ପ୍ରକାଶ ଫିଲ୍ମସ ନାଁ ରେ ଅଭିଯୋଗ ଆଣିଛନ୍ତି l

ଆମ ଦର୍ଶକମାନେ ଚାହିଁ ରହିଥାନ୍ତି ସିନେମା ଦେଖିବା ପାଇଁ ହେଲେ ବିତରକ ଙ୍କ ମନମାନୀ ଯୋଗୁଁ ସଠିକ ସମୟରେ ହଲ୍ କୁ ଆସି ଦର୍ଶକ ସିନେମା ଦେଖିବାରୁ ବଞ୍ଚିତ ହେଉଛନ୍ତି l ରାଜ୍ୟରେ ଥିବା ଫିଲ୍ମ ପ୍ରଯୋଜକ ସଂଘ କୁ ବାରମ୍ବାର ଏକଥା ଜଣାଇବା ପରେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ନାହିଁ l ତେଣୁ ଆଗକୁ ଯେଉଁ ପ୍ରଯୋଜକ ମାନେ ଓଡ଼ିଆ ଫିଲ୍ମ ନିର୍ମାଣ ପାଇଁ ଆସିବେ ସେମାନେ ମଧ୍ୟ ଏମିତି କୋଟି କୋଟି ଟଙ୍କା ବ୍ୟୟ କରି କ୍ଷତି ରେ ପଡିବେ l ସେଥିପାଇଁ ସଜାଗ ହେବାକୁ ପ୍ରଯୋଜକ ରୁପେଶ କୁମାର ଆହ୍ୱାନ କରିଛନ୍ତି l