ଏସିଆ କପରେ ଭାରତ-ପାକିସ୍ତାନ ଫାଇଟ୍ କୁ କ୍ରୀଡ଼ା ମନ୍ତ୍ରାଳୟର ଗ୍ରୀନ ସିଗନାଲ

0

ନୂଆଦିଲ୍ଲୀ (ଆମ ଟିଭି): ଏସିଆ କପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁକୁ ନେଇ ଲାଗି ରହିଥିବା ଅନିଶ୍ଚିତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ରହିଥିବାବେଳେ ଦୁଇ ଦେଶ ପରସ୍ପର ସହ କ୍ରିକେଟ ମ୍ୟାଚ୍‌ ଖେଳିବେନା ନାହିଁ ସେ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି । ଭାରତ-ପାକିସ୍ତାନ ମ୍ୟାଚ୍‌କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଗ୍ରୀନ ସିଗ୍ନାଲ ଦେଇଛି ।

ଭାରତ ଏବଂ ପାକିସ୍ତାନ ୧୪ ସେପ୍ଟେମ୍ବର ରେ ଏସିଆ କପ୍ ୨୦୨୫ ରେ ପରସ୍ପରର ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ । ଉଭୟ ଦଳକୁ ଗୋଟିଏ ଗ୍ରୁପରେ ରଖାଯାଇଛି ।

ତେବେ କୌଣସି ଭାରତୀୟ ଦଳ ପାକିସ୍ତାନରେ ଖେଳିବ ନାହିଁ କିମ୍ବା କୌଣସି ପାକିସ୍ତାନୀ ଦଳ ଭାରତରେ ଖେଳିବ ନାହିଁ । କିନ୍ତୁ ଆନ୍ତର୍ଜାତିକ ନିୟମାବଳୀ ଯୋଗୁଁ କେବଳ ବହୁପାକ୍ଷିକ ଇଭେଣ୍ଟଗୁଡ଼ିକୁ ଅନୁମତି ଦିଆଯାଇଥିବା ଭାରତ ସରକାର କହିଚ୍ଛନ୍ତି ।

Leave A Reply

Your email address will not be published.