ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟ

0

ଭୁବନେଶ୍ୱର(ଆମ ଟିଭି): କ୍ରୀଡାର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହାରି ଭିତରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି, ତାହା ହେଲା, ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ । ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। ଏହା ଭିତରେ ପୁରୁଷ ହକି ବିଶ୍ୱକପ ଆୟୋଜନ କରି ହକିର ହବ ପାଲଟିଛି ଓଡ଼ିଶା । କ୍ରୀଡା ପାଇଁ ୧୨୧୭ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି । କ୍ରୀଡା ପାଇଁ ୨ ହଜାର ୫ ସହ କୋଟିର ପ୍ରୋଜେକ୍ଟ ଓଡ଼ିଶାରେ ଚାଲୁରହିଛି ।

କର୍ପୋରେଟ ଓ କ୍ରୀଡାବୀତିଙ୍କ ପାଇଁ ହାଇ ପରଫର୍ମାନ୍ସ ସେଣ୍ଟର ଆରମ୍ବ କରାଯାଇଛି । ହକିର ପୀଠ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ -ଟର୍ଫ ହକି ପଡିଆ ନିର୍ମାଣ ହୋଇଛି । ଏଥିସହ ରାଜ୍ୟର ସହରାଞ୍ଚଳରେ ୯୦ ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ସହ ୬ ଟି ଫିଫା ଷ୍ଟାଣ୍ଡାର୍ଡ ପିଚ ବିକଶିତ କରିଛନ୍ତି । ଓଡ଼ିଶାରେ କ୍ରିକେଟ ଉପରେ ଆଗାମୀ ଦିନରେ ଫୋକସ କରିବ କ୍ରୀଡା ବିଭାଗ ।

Leave A Reply

Your email address will not be published.