ସ୍ନାନବେଦୀରେ ଦିବ୍ୟ ହାତୀବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

0

ପୁରୀ (ଆମ ଟିଭି): ଆଜି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତିି ଶ୍ରୀଜିଉ। ଚତୁର୍ଦ୍ଧାମୂର୍ତ୍ତି ଏହି ଦେବଦୁର୍ଲଭ ଦର୍ଶନ ନିମନ୍ତେ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରେ ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି ବିଜେ। ସକାଳ ସାଢ଼େ ୭.୪୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜ କରିଥିଲେ। ୭.୫୫ରେ ମଦନମୋହନ ବିଜେ କରିଥିଲେ। ୧୧.୨୦ରେ ଜଳବିଜେ ଓ ୧୨.୪୫ରେ ଜଳ ଲାଗି ଶେଷ ହୋଇଥିଲା। ଅପରାହ୍ନ ୨.୪୦ରେ ଛେରାପହଁରା ହୋଇଥିଲା। ୩ଟାରେ ହାତୀବେଶ ଆରମ୍ଭ ହୋଇଥିଲା। ୩ଟା ୫୦ରେ ହାତୀବେଶ ଶେଷ ହୋଇଥିଲା। ଏହା ପରେ ଠାକୁରମାନେ ଦିବ୍ୟ ହାତୀବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି।

କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ମହାବାହୁଙ୍କୁ ଏ ଦିବ୍ୟ ବେଶ ଦର୍ଶର୍ନ କରିବାର ସୌଭାଗ୍ୟ ଲାଭ କରୁଛନ୍ତି ଭକ୍ତ । ତେବେ ରାତି ୧୦ଟାରୁ ରାତି ଗୋଟାଏ ଭିତରେ ବାହୁଡ଼ା ପହଣ୍ଡି ପାଇଁ ସମୟ ନିର୍ଘଣ୍ଟ ହୋଇଛି।

Leave A Reply

Your email address will not be published.