ଜମ୍ମୁ (ଆମ ଟିଭି): ପୁଣି ଚର୍ଚ୍ଚାରେ ଫାରୁକ୍ ଅବଦୁଲ୍ଲାଙ୍କ ବୟାନ । ସେ କହିଛନ୍ତି, କୌଣସି ଧର୍ମ ଖରାପ ନୁହେଁ । ପ୍ରଭୁ ଶ୍ରୀରାମ ହେଉଛନ୍ତି ସମସ୍ତଙ୍କର। ସେ କେବଳ ହିନ୍ଦୁମାନଙ୍କର ନୁହଁ। ଏହା କହିଛନ୍ତି ଜମ୍ମୁ କଶ୍ମୀରିର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା। ଏଥିସହ ଧର୍ମ ଆଧାରରେ ବିଭାଜନକୁ ସେ ଲୋକମାନଙ୍କୁ ସତର୍କ କରାଇଦେଇଛନ୍ତି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ଯଦି ଆମେ ଆମ ଦେଶକୁ ଶକ୍ତିଶାଳୀ କରିବାକୁ ଚାହୁଁ, ତେବେ ଆମକୁ ଏକାଠି ଠିଆ ହେବାକୁ ପଡ଼ିବ। ଯେତେବେଳେ ନିର୍ବାଚନ ପାଖେଇ ଆସେ , ସେମାନେ ଆପଣଙ୍କ ନିକଟକୁ ଆସି କହିବେ ଯେ, ହିନ୍ଦୁମାନେ ବିପଦରେ ଅଛନ୍ତି। ଭାରତରେ ୭୦ ରୁ ୮୦ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ଅଛି। ଆପଣ ଭାବୁଛନ୍ତି କି ସେମାନେ ବିପଦରେ ଅଛନ୍ତି ? ସେ କହିଛନ୍ତି ଯେ, କୌଣସି ଧର୍ମ ଖରାପ ନୁହେଁ। ବରଂ ମଣିଷ ହେଉଛି ଦୁର୍ନୀତଗ୍ରସ୍ତ, ଧର୍ମ ନୁହେଁ। ନିର୍ବାଚନ ସମୟରେ ସେମାନେ ‘ହିନ୍ଦୁ ଖତର ମୈ ହେଁ’ କହିବେ। କିନ୍ତୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ଆପଣ ଏଥିରେ ଶିକାର ନ ହୁଅନ୍ତୁ।
ଏପରିକୀ କଶ୍ମୀର ଉପତ୍ୟାକରେରେ ମୁସଲମାନ ଛାତ୍ରଛାତ୍ରୀଙ୍କୁ ହିନ୍ଦୁ ଭଜନ “ରଘୁପତି ରାଘବ ରାମ ରାମ” ଗାଇବା ପାଇଁ ଉଦ୍ୟମ କରାଯାଉଛି। ଯେଉଁ ଅଭିଯୋଗକୁ ଫାରୁକ୍ ଅବଦୁଲ୍ଲା ଖାରଜ କରିଦେଇଛନ୍ତି। ସୂଚନା ଅନୁଯାୟୀ, ତେବେ ଗତ ସେପ୍ଟେମ୍ବର ୧୩ରେ ଏକସରକାରୀ ବିଜ୍ଞପ୍ତି ଜାରି କରଯାଇଥିଲା। ଯେଉଁଥିରେ ଜମ୍ମୁର ପ୍ରତ୍ୟେକ ସ୍କୁଲରେ ‘ରଘୁପତି ରାଘବ ରାମ ରାମ .. ଇଶ୍ୱର ଆଲ୍ଲା ତେରେ ନାମ ପ୍ରାର୍ଥନା ଗାନ କରିବାକୁ ନିୟମ ଜାରି ହୋଇଥିଲା। ଯଦି ଜଣେ ହିନ୍ଦୁ ଆଜମି ଦର୍ଘା ବୁଲିବାକୁ ଯାଏ ସେ କଣ ମୁସଲମାନ ହୋଇଯିବେ କି ବୋଲି ଫାରୁକ ଅବଦ୍ଦୁଲା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଆମେ ପାକିସ୍ତାନକୁ ସମର୍ଥନ କରୁନା।