ଷ୍ଟଲୱାର୍ଟ ପ୍ରୋଜେକଟ୍ସ ପ୍ରାଇଭେଟ ଲିମିଟେଡ଼ (SPPL)ର ଷ୍ଟଲ୍ଓ୍ବାର୍ଟ ସ୍କାଏସିଟି ଲୋକାର୍ପିତ
ଭୁବନେଶ୍ୱର(ଆମ ଟିଭି): ଓଡିଶାର ଆଗ୍ରଣୀ ରିଅଲ ଇଷ୍ଟେଟ କମ୍ପାନୀ ଷ୍ଟଲ୍ଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍ ଭୁବନେଶ୍ୱର ସ୍ଥିତ ଜୟଦେବବିହାର – ନନ୍ଦନକାନନ ମାର୍ଗରେ ପଟିଆ ନିକଟରେ ଷ୍ଟଲ୍ଓ୍ବାର୍ଟ ସ୍କାଏସିଟି (STALWART SKYCITY) ନାମରେ ୩୬ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ କରିବାକୁ ଯାଉଅଛି I
ବ୍ୟାଙ୍କିଙ୍ଗ ବୃତ୍ତିରେ ପାରଦର୍ଶିତା ଓ ଖ୍ୟାତି ଅର୍ଜନ କରିଥିବା ଶ୍ରୀଯୁକ୍ତ ଶରତ କୁମାର ସାହୁ ଷ୍ଟଲୱାର୍ଟ ପ୍ରୋଜେକଟ୍ସ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି I କମ୍ପIନୀ ପରିଚାଳନା ନିର୍ଦ୍ଦେଶକ ଭାବରେ ଶ୍ରୀଯୁକ୍ତ ସାହୁଙ୍କ ବିଶ୍ବାସନୀୟତାକୁ ଆଧାର କରି ଏକ ବ୍ରାଣ୍ଡ ନିର୍ମାଣ ସହ ବଜାରର ଗତିଶୀଳତାକୁ ଆଧାର କରି ସଂସ୍ଥା ଗ୍ରାହକମାନଙ୍କ ଆସ୍ଥାଭାଜନ ହୋଇସାରିଛି I ସେ ବିଗତ ୧୨ ବର୍ଷ ମଧ୍ୟରେ ୧୭ ରୁ ଅଧିକ ପ୍ରକଳ୍ପ ସଫଳତାର ସହିତ ସମାପ୍ତ କରିଛନ୍ତି I
ସ୍କାଏସିଟି ପ୍ରକଳ୍ପର ଫ୍ଲାଟ ଗୁଡିକ ଆଧୁନିକ ସୁବିଧା ସହିତ ସୁବିନ୍ୟାସ୍ତ ଓ ସଂଯୋଜିତ ଯାହା କ୍ରେତାଙ୍କ ଜୀବନ ଆରମଦାୟକ ଓ ସୁବିଧାଜନକ କରିବାକୁ ସମ୍ପୂର୍ଣ ସକ୍ଷମ ସମସ୍ତ ଫ୍ଲାଟ ଗୁଡିକ ତିନି ପାର୍ଶ୍ୱରୁ ଖୋଲା ଅଛି ଓ ଏହା ମୁଖ୍ୟତଃ ବାସ୍ତୁଶାସ୍ତ୍ର ଆଧାରିତ ଏଥିରେ ସନ୍ତରଣ ସୁବିଧI, ଓ ଶିଶୁ ବୟସ୍କ ମାନଙ୍କ ନିମନ୍ତେ ପୂର୍ଣ୍ଣ ସଜ୍ଜିତ ଜିମନାସିୟମ, ପାଠାଗାର, କ୍ଲବ ହାଉସ, ପାର୍କ, ପିଲାଙ୍କ ଖେଳପଡ଼ିଆ ପ୍ରଭୁତି ଅନ୍ୟାନ୍ୟ ସୁବିଧା ରହିଛି I

ସମୁଦାୟ ଚାରିଗୋଟି ଟାୱାର ମଧ୍ୟରୁ ଦୁଇଟି ହେଉଛି ଆବାସିକ ଟାୱାର ଯଥାକ୍ରମେ ୩୬ ଏବଂ ୧୩ ମହଲା ବିଶିଷ୍ଟ ସ୍କାଏସିଟି ପ୍ରକଳ୍ପରେ ସମୁଦାୟ 3BHK, 3BHK+SERVANT ROOM, 4BHK, 4BHK+SERVANT ROOM ଓ PENT HOUSE ସମୁଦାୟ 410 ଟି ବାସଗୃହ ଏବଂ ପ୍ରଥମ ଟାୱାରରେ 56 ଟି ବାଣିଜ୍ୟିକ ସ୍ଥାନ ଓ ଚତୁର୍ଥ ଟାୱାରରେ କ୍ଲବ ହାଉସ ସହିତ ଅନ୍ୟାନ ସୁବିଧା ଉପଲବ୍ଧ ରହିଛି I
ସ୍କାଏସିଟି ପ୍ରକଳ୍ପର ଶୁଭାରମ୍ଭ ଭୁବନେଶ୍ବରସ୍ଥିତ କ୍ରିଷ୍ଟାଲ କ୍ରାଉନ ଠାରେ ଆନୁଷ୍ଠାନିକ ହୋଇଅଛି Iଏହି ଅବସରରେ ସ୍କାଏସିଟିର ପ୍ରବନ୍ଧକ ସୁବ୍ରତ ସାହୁ,ପ୍ରୋଜେକ୍ଟ ମ୍ୟାନେଜର ଧର୍ମେନ୍ଦ୍ର ସ୍ବାଇଁ,ପ୍ରୋଜେକ୍ଟ ମୁଖ୍ୟ ସୁବ୍ରତ ଦାସ, ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।