ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ନେତୃତ୍ୱ

0

ନୂଆଦିଲ୍ଲୀ (ଆମ ଟିଭି): ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ସ୍ପଷ୍ଟ ହେଉନି ଚିତ୍ର । ତିନି ଦିନ ଧରି ଦିଲ୍ଲୀରେ ଥିବା ରାଜ୍ୟ ବିଜେପି ନେତୃତ୍ୱ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଆସନ ବୁଝାମଣା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ଆଶା କରାଯାଉଛି ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ନିଷ୍ପତି ଆସିପାରେ । ଏବେ ସଭିଁଙ୍କ ନଜର ଶୀର୍ଷ ନେତୃତ୍ୱଙ୍କ ଉପରେ ରହିଛି । ଆସନ୍ତା ନିର୍ବାଚନରେ ଦଳ ଏକାକୀ ଲଢିବ ନା ବିଜେଡି ସହ ମେଣ୍ଟ କରି ମୈଦାନକୁ ଓହ୍ଲାଇବ, ଏନେଇ ଚୂଡାନ୍ତ ନିଷ୍ପତି ନେବେ ଦଳର ଶୀର୍ଷ ନେତା ।

ଏହା ପୂର୍ବରୁ ଗତ ଦୁଇ ଦିନ ହେବ ନୂଆଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ସରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ପ୍ରମୁଖ ନେତା ମାନେ ସାମିଲ ହୋଇଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯାଇଛି ।

 

Leave A Reply

Your email address will not be published.