ପୁଣି ନୂଆଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

0

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିବା ସୂଚନା ମିଳିଛି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟିଥିଲେ। ରାଜ୍ୟ ସଭାପତି ଭାବେ ଚୟନ ହେବା ପରେ ଦିଲ୍ଲୀ ଯାଉଛନ୍ତି ମନମୋହନ ସାମଲ। ମନ୍ତ୍ରିମଣ୍ତଳ ସମ୍ପ୍ରସାରଣ ଚର୍ଚ୍ଚା ହେଉଥିବା ବେଳେ ମନମୋହନ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀରେ ଓଡ଼ିଶାର ନୂଆ ରୂପରେଖ ପ୍ରସ୍ତୁତ ହେବ ବୋଲି ଚର୍ଚ୍ଚା ହେଉଛି।

ମନମୋହନ ସାମଲଙ୍କ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ନୂଆଦିଲ୍ଲୀ ଗସ୍ତରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ମନ୍ତ୍ରିମଣ୍ତଳ ସମ୍ପ୍ରସାରଣ ସାଙ୍ଗକୁ ବିଭିନ୍ନ ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦବୀ ବି ପୂରଣ କରାଯିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅନ୍ତିମ ରୂପରେଖ ପ୍ରସ୍ତୁତ କରିବେ।

Leave A Reply

Your email address will not be published.