ରାଜ୍ୟ କ୍ୟାବିନେଟ୍: ଓଡ଼ିଶା ବନ୍ଦର ନୀତୀକୁ ମିଳିଲା ଅନୁମୋଦନ

0

ଭୁବନେଶ୍ୱର(ଆମ ଟିଭି): ଆଜି ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ଏକ ବଡ଼ ନୀତିକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକରେ ଆଜି ଓଡିଶା ବନ୍ଦର ନୀତିକୁ ଅନୁମୋଦନ ମିଳିଛି । ଏହି କ୍ରମରେ ୨୦୨୨ ବନ୍ଦର ନୀତି ପାରିତ ହୋଇଛି । ଏହି ନୀତି ପାରିତ ହେବା ପରେ ବନ୍ଦରର ବିକାଶ କ୍ଷେତ୍ରରେ ନୂଆ ନୀତି ଆସିବ ।

ଆଜିର ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ୧୭ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି । ଏହାସହ ପ୍ରାରମ୍ଭ ଶିଶୁ ନୀତି ମଧ୍ୟ ପାରିତ ହୋଇଛି । ଏଥିରେ ଶିଶୁଙ୍କର ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ରହିବ ।

Leave A Reply

Your email address will not be published.