IAS ସ୍ତରରେ ବଡ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର; ସତ୍ୟବ୍ରତ ସାହୁ ହେଲେ ଗୃହ ବିଭାଗର ACS

0

ଭୁବନେଶ୍ୱର (ଆମ ଟିଭି): IAS ସ୍ତରରେ ବଡ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର। ୧୮ ଜଣ ଆଇଏଏସଙ୍କୁ ଅଦଳ ବଦଳ ଏବଂ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସତ୍ୟବ୍ରତ ସାହୁ ହୋଇଛନ୍ତି ଗୃହ ବିଭାଗର ACS। ଦେଓରଞ୍ଜନ କୁମାର ସିଂହ ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ACS । ସତ୍ୟବ୍ରତଙ୍କ ସ୍ଥାନରେ SRC ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଦେଓ ରଂଜନ। ସେହିପରି ସୁରେନ୍ଦ୍ର କୁମାର ହୋଇଛନ୍ତି ଖଣି ଓ ଇସ୍ପାତ ବିଭାଗର ACS।

ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ SC/ST ଓ ସଂଖ୍ୟାଲଘୁ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିଷ୍ଣୁପଦଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ଉଷା ପାଢ଼ୀ। ଏଥିସହ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କ PRC ହୋଇଛନ୍ତି ବିଶାଲ ଗଗନ। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ୍ ରାଜପୁତଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ଶାଳିନୀ ପଣ୍ଡିତ। ପୂର୍ବ ଭଳି ସେ ମିଶନ ଶକ୍ତି ବିଭାଗର ଦାୟିତ୍ବରେ ମଧ୍ୟ ରହିବେ। ଆଇଏଏସ୍ ଅଶ୍ୱଥି ଏସ୍ ହୋଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ।

ସେହିପରି ରୁପା ରୋଶନ ସାହୁ ଦକ୍ଷିଣାଞ୍ଚଳ ଆରଡିସି, ସଚିନ ରାମଚନ୍ଦ୍ର ଯାଦବ ଉତ୍ତରାଞ୍ଚଳ ଆରଡିସି ଏବଂ ବି. ପରମେଶ୍ବରନ ହୋଇଛନ୍ତି କେନ୍ଦ୍ରାଂଚଳ ଆରଡିସି। ବଲୱନ୍ତ ସିଂଙ୍କୁ ପର୍ଯ୍ୟଟନ ବିଭାଗର ସଚିବ ଓ କମିଶନର ଦାୟିତ୍ବ ମିଳିଛି। ଓଏମସି ଏମଡି ଭାବେ ସେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ। ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କୁ କମର୍ସିଆଲ ଟ୍ୟାକ୍ସ ଓ GSTର କମିଶନର ଅତିରିକ୍ତ ଦାୟିତ୍ବ ମିଳିଛି।

Leave A Reply

Your email address will not be published.