ଅବସର ଘୋଷଣା କଲେ ଷ୍ଟିଭ୍ ସ୍ମିଥ୍
ଅବସର ଘୋଷଣା କଲେ ଷ୍ଟିଭ୍ ସ୍ମିଥ୍ । ୨୦୨୫ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ, ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ODI କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଦୁବାଇରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ 4 ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଅଷ୍ଟ୍ରେଲିଆର ଫାଇନାଲରେ ପହଞ୍ଚିବାର ସ୍ୱପ୍ନ ଭାଙ୍ଗିଗଲା ଏବଂ ଷ୍ଟିଭ୍ ସ୍ମିଥଙ୍କ ଏକଦିବସୀୟ କ୍ୟାରିୟର ମଧ୍ୟ ଶେଷ ହୋଇଗଲା।