ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କରିବାକୁ କହିଛନ୍ତି । ମେସିନ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ କହିଛନ୍ତି । ଏଥିପାଇଁ ଆଗାମୀ ଦିନରେ  ଗାଇଡ଼ଲାଇନ ଅଣ‌ାଯିବ ବୋଲି କହିଛନ୍ତି ।

ଶ୍ରମିକ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି । ଏହା ଦ୍ବାରା ଦାଦନ ଖଟିବାକୁ ଲୋକ ଆଉ ବାହାରକୁ ଯିବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମନେରେଗା କାମକୁ ସଠିକ୍ ଭାବେ କରିବା ପାଇଁ ଚାଲେଞ୍ଜ ଭାବେ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି

ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି ମତପୋଷଣ କରିଛନ୍ତି।

Leave A Reply

Your email address will not be published.