ମହଙ୍ଗା ପଡ଼ିଲା ଭାରତ ବିରୋଧୀ ଖବର ପ୍ରସାରଣ, ୮ ୟୁଟ୍ୟୁବ ଚ୍ୟାନେଲ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ (ଆମ ଟିଭି): ଭାରତ ବିରୋଧୀ ଖବର ପ୍ରସାରଣ କରୁଥିବା ୮ ୟୁଟ୍ୟୁବ ଚ୍ୟାନେଲ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ। ୭ ଇଣ୍ଡିଆନ୍‌ ଓ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ଏହି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ୍‌ଗୁଡ଼ିକୁ ଆଇଟି ନିୟମ, ୨୦୨୧ ଅନୁସାରେ ବ୍ଲକ କରାଯାଇଚି। ବ୍ଲକ୍‌ କରାଯାଇଥିବା ୟୁଟ୍ୟୁବ ଚ୍ୟାନେଲ୍‌ରେ ୧୧୪ କୋଟିରୁ ଅଧିକ ନ୍ୟୁଜ ଓ ୮୫ ଲକ୍ଷ ୭୩ ହଜାର ସବ୍ସକ୍ରାଇବର ରହିଥିଲା।

ଏହି ଚ୍ୟାନେଲଗୁଡିକ ମାଧ୍ୟମରେ କିଛି ଅସାମାଜିକ ତତ୍ୱ ଭାରତ ବିରୋଧୀ ଖବରମାନ ପ୍ରସାରଣ କରୁଥିଲେ । ବ୍ୟାନ ହୋଇଥିବା ଚ୍ୟାନେଲଗୁଡିକ ମଧ୍ୟରେ ରହିଛନ୍ତି ଲୋକତନ୍ତ୍ର ଟିଭି, ୟୁ ଆଣ୍ଡ ବି ଟିଭି, ଏଏମ ରାଜବୀ, ଗୌରବଶାଲୀ, ପବନ ମିଥିଲାଞ୍ଚଲ, ସି ଟପ୍ ୫ ଟିଏଚ, ସରକାରୀ ଅପଟେଡ, ସବକୁଛ ଦେଖୋ ଓ ଏକ ପାକିସ୍ତାନୀ ଚ୍ୟାନେଲ ନ୍ୟୁଜ କି ଦୁନିଆ ସାମିଲ ।

Leave A Reply

Your email address will not be published.