ଛାତ୍ରୀ ମୃତ୍ୟୁ ଘଟଣାରେ ଦୋଷୀମାନଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ଭୁବନେଶ୍ଵର ସାଂସଦ ଅପରାଜିତା

0

ଭୁବନେଶ୍ଵର(ଆମ ଟିଭି): ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି। ଭୁବନେଶ୍ବରରେ ଏକ ସମ୍ବାଦିକ ସମ୍ମିଳନୀରେ ଏ ଘଟଣା ସମ୍ପର୍କରେ ମତାମତ ଦେଇ ସେ କହିଛନ୍ତି ଯେ, ସଂପୃକ୍ତ ଛାତ୍ରୀ ଜଣକ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ସେଠାକୁ ଯାଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିଥିଲେ।

ପୂର୍ବରୁ ବିଜେଡିର ଶାସନ କାଳରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ସେତେବେଳେ କେବେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ  ହସ୍ପିଟାଲ ଯାଇ ପୀଡିତାଙ୍କ ଭଲମନ୍ଦ ବୁଝିଥିଲେ କି ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ବାଲେଶ୍ବର ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ଚାଲୁ ରହିଛି। ଦୋଷୀମାନଙ୍କୁ କେବେହେଲେ ଛଡାଯିବ ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.