ଏଣିକି ବୟସ ଜାଲିଆତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ

0

ବୟସ ଜାଲିଆତି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ବୟସ ଜାଲିଆତି କଲେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶେଷକରି ଭତ୍ତା ପାଇଁ ବୟସ ଜାଲିଆତି କରୁଥିବା ଲୋକଙ୍କ ଉପରେ ତର୍ଜମା ଚାଲିଛି। ତନ୍ନ ତନ୍ନ ଯାଞ୍ଚ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯିଏ ଭତ୍ତା ପାଇବାକୁ ଯୋଗ୍ୟ ତାଙ୍କୁ ଚିହ୍ନଟ କରାଯାଇ ଭତ୍ତା ଦିଆଯିବ। ଅଯୋଗ୍ୟ ହିତାଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.