ଏଥର ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

0

କଟକ(ଆମ ଟିଭି): ଏଥର ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ବିକୃତ ଗଣେଶ ମୂର୍ତ୍ତି ନିର୍ମାଣକୁ ନେଇ ହାଇକୋର୍ଟଙ୍କ ନିର୍ଦେଶ  ପରେ  କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି। ଉଭୟ ମୂର୍ତ୍ତି କାରିଗର ଓ କ୍ଲବଗୁଡିକୁ  ତାଗିଦ ଡିସିପି କରିଛନ୍ତି । ପୋଲିସ ସବୁବେଳେ

ଏପରି ମୂର୍ତ୍ତି ନିର୍ମାଣ ନ କରିବା ପାଇଁ ଅନୁରୋଧ କରି ଆସିଛି।  ଏଥିରେ ବ୍ୟତିକ୍ରମ ଦେଖିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ।  ଯଦି ଏପରି ମୂର୍ତ୍ତି ପୂଜା ପେଣ୍ଡାଲ ରେ ପ୍ରତିଷ୍ଠା କରିବାକୁ କେହି ଯାଉଛନ୍ତି ଏଥରୁ ନିବୃତ୍ତ ରହିବାକୁ ସେ କହିଛନ୍ତି । ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଭଳି ପଦକ୍ଷେପକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ଡିସିପି କହିଛନ୍ତି।

Leave A Reply

Your email address will not be published.