ଚୀନ ଯାତ୍ରୀଙ୍କ ଆସିବା ଉପରେ କଠୋର କଟକଣା ଲଗାଇବା ଦରକାର: ଡବ୍ଲୁଏଚଓ
ନୂଆଦିଲ୍ଲୀ (ଆମ ଟିଭି): ଚୀନ୍ରେ କରୋନା ମହାମାରୀ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସମେତ ଅନେକ ଦେଶ ଚୀନ୍ରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଟକଣା ଲଗାଇଛନ୍ତି । ତେବେ ଏହି ନିଷ୍ପତିକୁ ବିଶ୍ୱ ସ୍ତାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଉଚିତ୍ ବୋଲି କହିଛି । ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍, ଚୀନ୍ ଠାରୁ ସୂଚନା ଅଭାବରୁ, କରୋନା ମହାମାରୀର ପ୍ରକୃତ ପରିସ୍ଥିତି ସ୍ପଷ୍ଟ କରିବାକୁ ଚୀନ୍ ସରକାରଙ୍କୁ କହିଛନ୍ତି । ଯାହା ଦ୍ୱାରା ବିପଦର ସଠିକ୍ ଆକଳନ କରାଯାଇପାରିବ ।
ଏହି ସମୟରେ, ଫ୍ରାନ୍ସ, ସ୍ପେନ୍, ଦକ୍ଷିଣ କୋରିଆ ଏବଂ ଇସ୍ରାଏଲ୍ ଚୀନ୍ରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି । ଦେଶରେ ଭିତରେ ସରକାରଙ୍କ ଶୂନ୍ୟ କୋଭିଡ ନୀତିକୁ ବିରୋଧ କରାଯିବାରୁ ସରକାର ଏହି କଟକଣାକୁ ଉଠାଇ ଦେଇଥିଲେ । ଯାହା ପରେ କରୋନା ଏହାର ବିସ୍ତାର କରି ଚାଲିଛି ।