ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା

0

ନୂଆଦିଲ୍ଲୀ (ଆମ ଟିଭି): ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂକମ୍ପ ଫଳରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତାଲିବାନ୍ ପ୍ରବକ୍ତାଙ୍କ ସୂଚନା ମୁତାବକ, ପଶ୍ଚିମ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପରେ ଏଯାଏଁ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲାଣି । ପଶ୍ଚିମ ଆଫଗାନିସ୍ତାନ ଓ ଇରାନର ସୀମାରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।ଏହାସହ ହଜାର ହଜାର ସଂଖ୍ୟାରେ ଲୋକ ବାସହୀନ ହୋଇପଡିଛନ୍ତି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଥିଲା ।

ଭୂମିକମ୍ପରେ ହେରାତ ସହରର ପାଖାପାଖି ୪୦ କିଲୋମିଟର ଦୂରତା ଭିତରେ ଥିବା ୬ଟି ଗାଁ ଧ୍ୱଂସ ହୋଇଛି । ଶହଶହ କୋଠା ମାଟିରେ ମିଶିଛି । ଏବେବି ଅନେକ ଲୋକ ମାଟି ତଳେ ପୋତି ହୋଇରହିଥିବାରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ସଂଯୁକ୍ତ ରାଜ୍ୟ ଭୂବୈଜ୍ଞାନିକ ସର୍ବେକ୍ଷଣ ରିପୋର୍ଟ ମୁତାବକ, ଗୋଟିଏ ଦିନରେ ଲଗାତାର ୬.୩, ୫,୯, ୫.୫ ତୀବ୍ରତାର ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷତି ଘଟିଛି ।

 

Leave A Reply

Your email address will not be published.