ଲଦାଖ ଏବଂ ଚୀନରେ ଶକ୍ତିଶାଳୀ ଭୂକମ୍ପ, ଜାଣନ୍ତୁ ତୀବ୍ରତା…?

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ସକାଳେ ଲଦାଖର ଲେହରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଲୋକମାନେ ଶୋଇଥିବା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । NCS ପକ୍ଷରୁ ଭୂକମ୍ପରେ କୌଣସି ଜୀବନହାନି ଘଟିନଥିବା ସୂଚନା ମିଳିଛି ।

ଲେହ ବ୍ୟତୀତ ଗତକାଲି ବିଳମ୍ବିତ ରାତିରେ ପଡୋଶୀ ରାଜ୍ୟ ଚୀନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଜିନଜିଆଙ୍ଗରେ ୪.୪ ତୀବ୍ରତାର ଏକ ଭୂକମ୍ପ ରେକର୍ଡ କରାଯାଇଛି । NCS ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ମଧ୍ୟ ୧୦ କିଲୋମିଟର ଗଭୀରତାରେ ଥିଲା । ବର୍ତ୍ତମାନ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ ।

Leave A Reply

Your email address will not be published.