ନବୀନ ନିବାସ ଘେରିବାକୁ ଛାତ୍ର କଂଗ୍ରେସର ଉଦ୍ୟମ

0

ଭୁବନେଶ୍ୱର (ଆମ ଟିଭି): ନବୀନ ନିବାସ ଘେରିଲା ଛାତ୍ର କଂଗ୍ରେସ । କାରଣ ଥିଲା, ‘ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦାୟୀ । ହେଲେ ନା ତାଙ୍କୁ ଗିରଫ କରାଯାଉଛି, ନା ମନ୍ତ୍ରୀପଦରୁ ବିଦା କରାଯାଉଛି। ରାଜ୍ୟରେ ଘୋର ଅନ୍ୟାୟ ଘଟୁଥିବା ବେଳେ ଚୁପ୍ ରହିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ସମୀର ଦାଶଙ୍କୁ ବିଦା ନ କରିବା ଯାଏ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ।’ ଆଜି ଏପରି ରଣହୁଙ୍କାର ଦେଇ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ।

ନବୀନ ନିବାସ ଘେରାଉ କରିବା ପାଇଁ ଆଜି ଛାତ୍ର କଂଗ୍ରେସର ଶତାଧିକ କର୍ମୀ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ବିଭିନ୍ନ ସ୍ଲୋଗାନ ଦେଇ ନବୀନ ନିବାସମୁହାଁ ହେଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୁଲିସ୍। ଉଭୟ ପୁଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ସମୟ ପାଇଁ ରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲା। କଂଗ୍ରେସ କର୍ମୀମାନେ ବାରିକେଡ ଡେଇଁ ଯିବାକୁ ଉଦ୍ୟମ ହେଉଥିବା ବେଳ ପୁଲିସ୍ ସେମାନଙ୍କୁ ଟେକି ନେଇ ଯାଇଥିଲା। ଏହାକୁ ନେଇ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କଂଗ୍ରେସ କର୍ମୀମାନେ ପୁଲିସ୍ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି ।

Leave A Reply

Your email address will not be published.