ପୁରୀ (ଆମ ଟିଭି): ଶ୍ରୀମନ୍ଦିର ପରିଚାଳନା କମିଟିର ଶେଷ ହେଲା ପ୍ରଥମ ବୈଠକ । ବୈଠକରେ ଏକାଧିକ ସବ୍କମିଟି ଗଠନ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ । ସେ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ନେଇ ସବ୍କମିଟି ଗଠନ ହୋଇଛି । ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ନେଇ ସବ୍କମିଟି ଗଠନ ହୋଇଛି । ଏହା ସହ ସେବକ କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସବ୍କମିଟି ଗଠନ କରାଯାଇଛି । କମିଟିରେ ପୁରୀ ଏସ୍ପି ଓ ସେବାୟତ ରହିବେ ।
ସେ ଆଉ ମଧ୍ୟ କହିଛନ୍ତି ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟିର ଅନୁମୋଦନ ମିଳିଛି । ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ ୯ ଜଣ ସଦସ୍ୟ ଅଛନ୍ତି, ସବୁ ଦିଗରୁ ଅନୁଧ୍ୟାନ କରିବେ । ସମ୍ପୃକ୍ତ ନିଯୋଗ ସହ ଭଲ ଭାବେ ଆଲୋଚନା କରିବେ । SOP ଆସିବା ପରେ ପଦକ୍ଷେପ ନିଆଯିବ ।