ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା
ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା । ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା । ବଣ୍ଡାଘାଟିରେ ଘରେ ଘରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ।
ମାଲକାନଗିରି ଗସ୍ତରୁ ଫେରି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ବଣ୍ଡାଘାଟି ଅପହଞ୍ଚ ଥିଲା, ମୁଁ କହିଥିଲି ବଣ୍ଡାଘାଟି ଯିବି । ସେଠି ୧୨ ହଜାରରୁ ଉର୍ଦ୍ଧ୍ବ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ୯ ହଜାର ମହିଳା ପ୍ରଥମ କିସ୍ତି ପାଇଛନ୍ତି । ତିନି ହଜାର ମହିଳା ଏଯାଏଁ ଟଙ୍କା ପାଇନାହାନ୍ତି । ଯେଉଁ ପ୍ରତିବନ୍ଧକ ଥିଲା ତାର ସମାଧାନ ହୋଇଛି । ପାନୀୟ ଜଳ ସମସ୍ୟା, ସ୍କୁଲ ସମସ୍ୟା, ଇଣ୍ଟରନେଟ୍ ସମସ୍ୟା ସବୁ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିବ । ପ୍ରସ୍ତୁତି ଚାଲିଛି, ସମସ୍ତଙ୍କୁ ସୁଯୋଗ ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଭେରିଫିକେସନରେ ଟିକେ ବିଳମ୍ବ ହେଉଛି । କିଛି ଜାଗାରେ ଜମି ପାଇଁ ଡିସ୍ପୁଟ୍ ରହିଛି । ଆସନ୍ତା ୩୦ ତାରିଖକୁ ଟାର୍ଗେଟ୍ ରଖିଛୁ । ସବୁ ଭେରିଫିକେସନ୍ ଯଦି ଶେଷ ହେବା ତେବେ ଜାନୁଆରୀରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଆଶା ରଖିଛୁ ବୋଲି ପ୍ରଭାତୀ କହିଛନ୍ତି ।