ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଜୋରସୋରରେ ଚାଲିଛି ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ଗତ ରବିବାର ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଆବେଦନକାରୀଙ୍କୁ ଫର୍ମ ଯୋଗାଇ ଦିଆଯାଇଥିଲା । ଏହା ପରେ ସୋମବାର ସୁଭଦ୍ରା ପୋର୍ଟାଲ ଲଞ୍ଚ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ମହିଳା ସୁଭଦ୍ରା ପାଇଁ ଉର୍ଦ୍ଦିଷ୍ଟ ଫର୍ମ ନେଉଥିବା ଦେଖିବାକୁ ମିଳିଛି । ଅଙ୍ଗନବାଡି କେନ୍ଦ୍ର, ମୋ ସେବା କେନ୍ଦ୍ରରେ ଫର୍ମ ପାଇଁ ଲମ୍ବା ଲାଇନ୍ ଲାଗୁଥିବା ବେଳେ ଅନେକ ଆଶାୟୀ ହିତାଧିକାରୀ ଫର୍ମ ପାଇନାହାନ୍ତି । ସମସ୍ତଙ୍କୁ ଫର୍ମ ଯୋଗାଇ ଦିଆଯିବ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର ।
ପ୍ରବଳ ଭିଡ ଜମୁଥିବାରୁ ଧିରେ ଧିରେ ସମସ୍ତଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ଯୋଜନା ଫର୍ମ । ସେପଟେ ଆଜିଠୁ ଆରମ୍ଭ ହେଉଛି ‘ସୁଭଦ୍ରା’ ଯୋଜନାରେ ଆବେଦନ । ଆବେଦନକାରୀଙ୍କ ଠାରୁ ଆରମ୍ଭ ହେବ ଫର୍ମ ସଂଗ୍ରହ । ଯେଉଁମାନେ ଫର୍ମ ନେଇଥିଲେ ସେମାନେ ପୂରଣ କରିସାରିବା ପରେ ଆଜି ଠାରୁ ଦାଖଲ କରିପାରିବେ ।
ଯେଉଁମାନେ ଫର୍ମ ନେଇ ଆବଶ୍ୟକ ତଥ୍ୟ ପୂରଣ କରିସାରିଲେଣି ସେମାନେ ଆଜି ଠାରୁ ଫର୍ମ ଦାଖଲ କରିପାରିବେ । ମୋ’ ସେବା କିମ୍ବା ଜନସେବା କେନ୍ଦ୍ରରେ ଆବେଦନ କରାଯିବ । ଅଙ୍ଗନବାଡ଼ି କେନ୍ଦ୍ରରେ ବି ଦାଖଲ ହେବ ‘ସୁଭଦ୍ରା’ ଫର୍ମ । ୨୧ରୁ ୬୦ ବର୍ଷର ମହିଳା କରିପାରିବେ ଆବେଦନ । ଆଉ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମିଳିବ ପ୍ରଥମ କିସ୍ତି ଟଙ୍କା ।
ତେବେ ଯେଉଁମାନେ ଫର୍ମ ପାଇନାହାନ୍ତି ସେମାନେ ଆଦୌ ବ୍ୟସ୍ତିବ୍ୟସ୍ତ ହେବା ଉଚିତ ନୁହେଁ । କାରଣ ସମସ୍ତଙ୍କ ପାଖରେ ଫର୍ମ ପହଞ୍ଚିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏହା ସହିତ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଫର୍ମ ନେବା ଏବଂ ପୂରଣ କରି ଦାଖଲ କରିବା ସମ୍ପୂର୍ଣ୍ଣ ମାଗଣା ରହିଛି । ଅର୍ଥାତ କାହାରିକୁ ଟଙ୍କାଟିଏ ବି ଦେବାକୁ ପଡିବ ନାହିଁ । କେବଳ ଯୋଗ୍ୟ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ପାଇପାରିବେ । ପୂର୍ବରୁ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରି ସାରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନା ପାଇଁ ଆବେଦନ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଅନେକ ମହିଲାଙ୍କର ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ ରହିନାହିଁ ।
ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଇ-କେୱାଇସି (E-KYC) ବାଧ୍ୟତାମୂଳକ ହୋଇଥିବାରୁ ଆଧାର କାର୍ଡ ସହ ମୋବାଇଲ ଫୋନ ଲିଙ୍କ୍ ରହିଥିବା ଆବଶ୍ୟକ । ନଚେତ୍ ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବି ବଞ୍ଚିତ ହେବେ । ତେଣୁ ଅନେକ ଜନ ସେବା କେନ୍ଦ୍ରରେ ଏବେ E-KYC କରିବା ପାଇଁ ବି ଲମ୍ବା ଲାଇନ୍ ଲାଗୁଥିବା ଦେଖିବାକୁ ମିଳୁଛି । ସୁଭଦ୍ରା ଯୋଜନାରେ ଆବେଦନ ପାଇଁ କୋରାପୁଟର ବିଭିନ୍ନ ଜନସେବା ଓ ମୋ ସେବା କେନ୍ଦ୍ରଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆବେଦନ କରିବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଭଳି ସ୍ଥିତି ଉପୁଜିଛି । ଜନସେବା କେନ୍ଦ୍ରରେ ଆବେଦନ ପୂର୍ବରୁ ଆଧାର ସଂଶୋଧନ ପାଇଁ ମହିଳାଙ୍କ ଭିଡ଼ ଦେଖିବାକୁ ମିଳୁଛି।
ଆଧାର ମୋବାଇଲ ନମ୍ବର ସଂଯୁକ୍ତ ସିଏସପିଗୁଡିକରେ ଅନଲାଇନ୍ କରିବାକୁ ଲୋକଙ୍କ ଗହଳି ଜମୁଛି। ଯୋଜନାରେ ଆବେଦନ ପାଇଁ ମହିଳାଙ୍କ ପାଇଁ ଥିବା ସବୁଠୁ ବଡ଼ ସମସ୍ୟା ରହିଛି ଆଧାର ସହ ମୋବାଇଲ ନମ୍ବର୍ ସଂଯୋଗ । ଆଧାର କାର୍ଡରେ ତ୍ରୁଟି ସଂଶୋଧନ କରିବାକୁ ଗ୍ରାମାଞ୍ଚଳରୁ ଲୋକେ ଭିଡ଼ ଜମାଉଥିବା ବେଳେ ଏଥିପାଇଁ ଶହେ ଟଙ୍କା ଦେବାକୁ ପଡୁଛି । ଏପଟେ ବହୁ ଦୂରରୁ ଗାଡ଼ି ଭଡ଼ା ଦେବା ସହ ଦିନ ସାରା ଘର କାମ ଛାଡି ଅପେକ୍ଷା କରି ରହିଛନ୍ତି । ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାରେ ଆରମ୍ଭ ହୋଇସାରିଛି ପଞ୍ଜିକରଣ । ଗତ ରବିବାର ଠାରୁ ରାଜ୍ୟରେ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଫର୍ମ ବଣ୍ଟନ ଆରମ୍ଭ କରାଯାଇଛି । ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗିଛି ମହିଳାଙ୍କ ଗହଳି । ମହିଳାମାନେ ଘଣ୍ଟାଘଣ୍ଟା ଧାଡ଼ିରେ ଠିଆ ହୋଇ ସେମାନଙ୍କର ନାଁ ପଞ୍ଜିକରଣ କରାଉଥିବା ଦେଖିବାକୁ ମିଳିଥିଲା।
ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ଯାଇ ସୁଭଦ୍ରା ଫର୍ମ ବାଣ୍ଟିବା ସହିତ କେମିତି ଆବେଦନ କରିବେ ବୁଝାଉଛନ୍ତି । ଏହା ସହିତ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲରେ ମଧ୍ୟ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଫର୍ମ ମିଳୁଛି। ଆବେଦନ ପ୍ରକ୍ରିୟା ବି ଅତି ସହଜ ରହିଛି । ରାଜ୍ୟରେ ଆରମ୍ଭ ହୋଇସାରିଛି, ସୁଭଦ୍ରା ଯୋଜନାର ପଞ୍ଜୀକରଣ। ବିଭିନ୍ନ ଅଙ୍ଗୱାଡ଼ି କେନ୍ଦ୍ର, ମୋ ସେବା କେନ୍ଦ୍ରରେ ଲାଗିଛି ମହିଳାଙ୍କ ଭିଡ଼। ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଦୁଇଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଦେବେ ସରକାର। ଜାରି ହୋଇଛି ଗାଇଡ ଲାଇନ୍। ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ସଂପୂର୍ଣ୍ଣ ଦେୟମୁକ୍ତ ରହିଛି ଫର୍ମପୂରଣ ଓ ପଞ୍ଜୀକରଣ । ମହିଳାମାନେ ଉଭୟ ଇଂରାଜୀ ଓ ଓଡିଆରେ ଫର୍ମ ପୂରଣ କରିବାର ସୁବିଧା ରହିଛି । ଫର୍ମ ପୂରଣ କରିବା ଅତ୍ୟନ୍ତ ସହଜ ହୋଇଥିବା ବେଳେ ସବୁ ସହାୟତା ଯୋଗାଇ ଦେବେ ଏହି ବ୍ୟବସ୍ଥା ସହ ଜଡିତ ଥିବା ସରକାରୀ କର୍ମଚାରୀ ।
ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଅଙ୍ଗନବାଡି କେନ୍ଦ୍ର ମିଳୁଛି ଫର୍ମ । କର୍ମୀମାନେ ଘରକୁ ଘର ଯାଇ ସୁଭଦ୍ରା ଫର୍ମ ବାଣ୍ଟିବା ସହ କେମିତି ଫର୍ମ ପୂରଣ କରିବେ, କେଉଁଠି ଫର୍ମ ଦାଖଲ କରିବେ, କଣ କଣ ଡକ୍ୟୁମେଣ୍ଟ ଆବଶ୍ୟକ ସେନେଇ ମହିଳାଙ୍କୁ ବୁଝାଉଛନ୍ତି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବାକେନ୍ଦ୍ରକୁ ପର୍ଯ୍ୟାପ୍ତ ସୁଭଦ୍ରା ଫର୍ମ ଦିଆଯାଇଛି। ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ‘ମୋ ସେବା କେନ୍ଦ୍ର’ କିମ୍ବା ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ । ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତାସହିତ ହିତାଧିକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ । ମନେ ରଖିବା ଉଚିତ ଯେ, ଆଧାରକାର୍ଡର E-Kyc ହୋଇଥିବା ଆବଶ୍ୟକ । ନଚେତ୍ ମୋବାଇଲ ନମ୍ବର ସହିତ ଆଧାର କାର୍ଡ ଲିଙ୍କ ହୋଇପାରିବ ନାହିଁ ।