ବିଶ୍ବ ଦକ୍ଷତା ମହାକୁମ୍ଭରେ ସିଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ଛାତ୍ର ସୁବ୍ରତ ପଟେଲ୍
ଭୁବନେଶ୍ୱର (ଆମ ଟିଭି): ବିଶ୍ବ ଦକ୍ଷତା ମହାକୁମ୍ଭରେ ସିଭି ରମଣ ପୁଣିଥରେ ବିଶ୍ବସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ଓଡ଼ିଆ ଛାତ୍ର। ସ୍ୱିଜରଲାଣ୍ଡର ଲୁଜେନ ଠାରେ ଅନୁଷ୍ଠିତ ବିଶ୍ବ ଦକ୍ଷତା ପ୍ରତିଯୋଗିତାର ରେସ୍ତୋରାଁ ସର୍ଭିସରେ ବିଶ୍ବର ୨୧ଜଣ ପ୍ରତିଯୋଗୀଙ୍କୁ ଟକ୍କର ଦେଇ ମେଡାଲ ଅଫ ଏକ୍ସଲେନ୍ସି ହାତେଇଛନ୍ତି ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟର ଛାତ୍ର ସୁବ୍ରତ ପଟେଲ୍ ସିଭିରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ହୋଟେଲ ମ୍ୟାନେଜମେଣ୍ଟର ଛାତ୍ର ସୁବ୍ରତ ପଟେଲ। ରେସ୍ତୋରାଁ ସର୍ଭିସ ମ୍ୟାନେଜମେଣ୍ଟର ପ୍ରତ୍ୟେକ ବିଭାଗକୁ ନେଇ ପ୍ରତିଯୋଗୀମାନେ ନିଜନିଜ କଳାର ପ୍ରଦର୍ଶନ କରିଥିଲେ। ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଓଡିଶାରୁ ୧୧ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଚମକିଲେ ଓଡ଼ିଶାର ସୁବ୍ରତ ପଟେଲ ।
ରେଷ୍ଟୁରାଣ୍ଟ ସର୍ଭିସରେ ପଦକ ହାତେଇଛନ୍ତି ସିଭିରମଣ ଗ୍ଲୋବାଲ ୟୁନିଭରସିଟିର ହୋଟେଲ ମେନେଜମେଣ୍ଟର ଛାତ୍ର ସୁବ୍ରତ। ଟଫ୍ କମ୍ପିଟିସନରେ ପ୍ରତିପକ୍ଷଙ୍କୁ ମାତ ଦେଇ ହାତେଇଛନ୍ତି ମେଡାଲ। ଜର୍ମାନ ସହିତ ସ୍ବିଜରଲାଣ୍ଡ, ସିଙ୍ଗାପୁର, ଫ୍ରାନ୍ସ, ସ୍ବିଡେନ ଭଳି ଦେଶରେ ଆୟୋଜିତ ହୋଇଛି ବିଶ୍ବ ଦକ୍ଷତା ମୁହାକୁମ୍ଭ । ପଦକ ସହ ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦରରେ ସୁବ୍ରତଙ୍କ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।